କରୋନା ହଟିବ ବୋଲି ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ ପୂଜକ

ନରସିଂହପୁର(ଦିଲୀପ ପଣ୍ଡା): ମନ୍ଦିର ଭିତରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି ପୂଜକ। ଏପରି ଜଘନ୍ୟ ହତ୍ୟାକାଣ୍ଡ ଗତ ରାତିରେ କଟକ ଜିଲ୍ଲା ବନ୍ଧହୁଡ଼ା ମା’ ବ୍ରାହ୍ମଣୀ ମନ୍ଦିରରେ ଘଟିଛି। ଏପରି କଲେ କରୋନା ହଟିବ ବୋଲି ସ୍ୱପ୍ନାଦେଶ ହୋଇଥିବା ପୂଜକ କହୁଥିବା ବେଳେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ମନ୍ଦିର ପୂଜକ ୭୦ ବର୍ଷୀୟ ସଂସାରୀ ଓଝା ପୁଲିସ୍‌କୁ ଦେଇଥିବା ବୟାନ ଅନୁଯାୟୀ,  କରୋନା ପରି ମହାମାରୀ ହଟିବା ନିମନ୍ତେ ନର ବଳି ଦେବାକୁ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଗ୍ରାମର ୫୫ ବର୍ଷୀୟ ସରୋଜ ପ୍ରଧାନ ନାମକ ବ୍ୟକ୍ତି ଗତ ରାତିରେ ମନ୍ଦିର ଆସିଥିଲେ। ଉକ୍ତ ସମୟରେ ସୁଯୋଗ ଅପେକ୍ଷାରେ ଥିବା ମନ୍ଦିର ପୂଜକ ଏକ କଟୁରୀରେ ତାଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ମୁଣ୍ଡ, ଗଣ୍ଡି ଅଲଗା ହୋଇଯାଇଥିଲା ଓ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଏହାପରେ ଥାନାରେ ହତ୍ୟା ଅଭିଯୁକ୍ତ ମନ୍ଦିର ପୂଜକ ଆତ୍ମସମର୍ପଣ କରିଛନ୍ତି । କଟୁରି ଜବତ କରି ନରସିଂହପୁର ପୁଲିସ୍ ତନାଘନା ଆରମ୍ଭ କରିଛି । ଆଠଗଡ଼ SDPO ଆଲୋକ ରଞ୍ଜନ ରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅଆରମ୍ଭ କରିଛନ୍ତି। ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଶତକୀୟ ବିଜୟ ସହ କ୍ୟାପଟେନ୍ କୁଲଙ୍କ ସଫଳ କମ୍ ବ୍ୟାକ୍

କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଆଉ ୧୦ ଜଣଙ୍କ ଜୀବନ ଗଲା, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା

ଆରମ୍ଭ ମ୍ୟାଚରେ ହାରିବା ପରେ ଖୁସି ହୋଇଗଲେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ୍ !

ରୋମାଞ୍ଚକର ବିଜୟରୁ ଆଇପିଏଲ ଆରମ୍ଭ କଲା ଚେନ୍ନାଇ

ବାଇକ୍‌ ଉପରେ ଚଢ଼ିଗଲା ସ୍କର୍ପିଓ, ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ

ଏଥର ବିଧାନସଭାର ଅନୁମୋଦନ ପାଇଁ ଆସିବ ୧୨ଟି ଅଧ୍ୟାଦେଶ

ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନରେ ଅଟକାଇଲା ଚେନ୍ନାଇ

ଶ୍ରୀମନ୍ଦିରରେ ବିଭ୍ରାଟ ହେବନି ତ ଶ୍ରୀଜୀଉଙ୍କ ସେବା ପୂଜା

କରୋନା ଟଙ୍କା ଖାଇଯାଉଛନ୍ତି : ସୁର ରାଉତରାୟ

ଆରୋଗ୍ୟ ହେଲେ ୪୦୯୦ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା