ଲୋମ ହର୍ଷଣ ହତ୍ୟାକାଣ୍ଡ: ମୁଣ୍ଡ କାଟି ଜାଳିଦେଲେ

ମାଲକାନଗିରି:(ଓଡ଼ିଶା ରିପୋର୍ଟର) ମାଲକାନଗିରିରେ ଘଟିଛି ଅଭାବନୀୟ ଘଟଣା।  ଗୁଣିଗାରେଡ଼ି ସନ୍ଦେହରେ ଘଟିଛି ବୀଭତ୍ସ କାଣ୍ଡ। ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀକୂଳରେ ପୋତିଦେଲେ। ମାଲକାନାଗିରି ଜିଲ୍ଲା ପଡିଆ ବ୍ଲକ୍ ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରେ ଘଟିଛି ଏମିତି ଲୋମହର୍ଷର ଘଟଣା। ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୁଣ୍ଡକୁ ପୋଡ଼ିଦେଇ ବଳକା ଶରୀରକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ […]

870

870

Tapas Behera
  • Published: Saturday, 19 December 2020
  • Updated: 19 December 2020, 09:37 PM IST

Sports

Latest News

ମାଲକାନଗିରି:(ଓଡ଼ିଶା ରିପୋର୍ଟର) ମାଲକାନଗିରିରେ ଘଟିଛି ଅଭାବନୀୟ ଘଟଣା।  ଗୁଣିଗାରେଡ଼ି ସନ୍ଦେହରେ ଘଟିଛି ବୀଭତ୍ସ କାଣ୍ଡ। ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀକୂଳରେ ପୋତିଦେଲେ। ମାଲକାନାଗିରି ଜିଲ୍ଲା ପଡିଆ ବ୍ଲକ୍ ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରେ ଘଟିଛି ଏମିତି ଲୋମହର୍ଷର ଘଟଣା। ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୁଣ୍ଡକୁ ପୋଡ଼ିଦେଇ ବଳକା ଶରୀରକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡିଛି।

ଗତକାଲି ବିଳମ୍ବିତ ରାତିରେ ନନ୍ଦାଗୁଡା ଗ୍ରାମର କିଛି ଲୋକ ସେହି ଗ୍ରାମର କାରାମ କାନାଙ୍କୁ ଘରୁ ଡାକିଆଣି ଘର ସମ୍ମୁଖରେ ଏକ ଦାଆ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିଲେ। ଏହାପରେ ପ୍ରମାଣ ନଷ୍ଟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଠାରୁ ବୋହି ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ଶରୀରରୁ ଅଲଗା କରି ପୋଡିଦେଇଥିବା ବେଳେ ବଳକା ଶରୀରକୁ ନଦୀ କୂଳରେ ଥିବା ବାଲିପଠାରେ ପୋତି ଦେଇଥିଲେ।

ଆଜି ସକାଳେ ମୃତକର ସ୍ତ୍ରୀ କାରାମ ଭିମେ ପଡିଆ ଥାନାରେ ଆସି ଲିଖିତ ଅଭିଯୋଗ କରିବା ପରେ ପଡିଆ ଥାନା ଆଇଆଇସି ରଞ୍ଜନ କୁମାର ମାଝୀ, ଏସଆଇ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା କରିବା ସହ ମୃତ ଶରୀର ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲା। ଏଥିସହ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତଥା ମୋଟୁ ତହସିଲଦାର ଶଶାଙ୍କ ମିଶ୍ରଙ୍କ ଉପସ୍ଥିତିରେ ମୃତଦେହକୁ ଗଭୀର ବାଲିରୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହକରି ଗ୍ରାମର କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos