ସ୍ତ୍ରୀକୁ କଟୁରୀରେ ଟିକ୍ ଟିକ୍ ହାଣିଲା ସ୍ୱାମୀ, ଶ୍ୱଶୁର ଘରକୁ ଫୋନ୍ କରି ଏମିତି କହିଲା

ପାରାଦୀପ(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ମଙ୍ଗରାଜପୁର ପଂଚାୟତ ଅନ୍ତର୍ଗତ ହସିଣା(ଖ) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମୁଣ୍ଡରେ କଟୁରୀରେ ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲେ ସ୍ୱାମୀ। ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାରୀ ହସିଣା(ଖ) ଗ୍ରାମର ମେଘାନନ୍ଦ ତରାଇକୁ ପୁଲିସ ଗିରଫ କରିଛି। ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିବା ମେଘାନନ୍ଦ ଗତକାଲି ବିଳମ୍ୱିତ ରାତିରେ ଘରକୁ ଫେରିବା ପରେ ପତ୍ନୀ ପାର୍ବତୀ ସହିତ ଝଗଡା କରିଥିଲା। ଝଗଡା ମଧ୍ୟରେ […]

yio

yio

Tapas Behera
  • Published: Thursday, 01 October 2020
  • Updated: 01 October 2020, 04:51 PM IST

Sports

Latest News

ପାରାଦୀପ(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ମଙ୍ଗରାଜପୁର ପଂଚାୟତ ଅନ୍ତର୍ଗତ ହସିଣା(ଖ) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମୁଣ୍ଡରେ କଟୁରୀରେ ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲେ ସ୍ୱାମୀ। ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାରୀ ହସିଣା(ଖ) ଗ୍ରାମର ମେଘାନନ୍ଦ ତରାଇକୁ ପୁଲିସ ଗିରଫ କରିଛି। ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିବା ମେଘାନନ୍ଦ ଗତକାଲି ବିଳମ୍ୱିତ ରାତିରେ ଘରକୁ ଫେରିବା ପରେ ପତ୍ନୀ ପାର୍ବତୀ ସହିତ ଝଗଡା କରିଥିଲା। ଝଗଡା ମଧ୍ୟରେ ଉତ୍ତ୍ୟକ୍ତ ହୋଇ ଘରେ ଥିବା କଟୁରୀ ଆଣି ପତ୍ନୀ ମୁଣ୍ଡକୁ ଚୋଟ ପରେ ଚୋଟ ମାରିଥିଲା। ଆଉ ଛଟପଟ ହୋଇ ସେଇଠିଁ ହିଁ ପତ୍ନୀ ପାର୍ବତୀର ପ୍ରାଣବାୟୁ ଉଡିଯାଇଥିଲା।

ପାଟିତୁଣ୍ଡ ଶୁଣି ପଡୋଶୀ ଦୌଡି ଆସିଥିଲେ ବି କଟୁରୀ ଦେଖାଇ ସେମାନଙ୍କୁ ଭୟଭୀତ କରିଥିଲା ମେଘାନନ୍ଦ। ଫଳରେ କେହି ପାର୍ବତୀଙ୍କୁ ଉଦ୍ଧାର କରିପାରି ନଥିଲେ କି ଡାକ୍ତରଖାନା ନେଇ ପାରିନଥିଲେ। ରାତି ସାରା ଘର ଭିତରେ ରକ୍ତ ଜୁଡୁବୁଡୁ ମୃତ ଦେହ ପଡି ରହିଥିବା ବେଳେ ମେଘାନନ୍ଦ ଉପସ୍ଥିତ ରହି ପତ୍ନୀର ବାପଘରକୁ ଫୋନ କରିଥିଲା। କହିଥିଲେ ତୁମ ଝିଅ ମୁଣ୍ଡ ପିଟି ପିଟି ମରିଯାଇଛି। ତେବେ ଆଜି ସକାଳୁ ଖବର ପାଇ କୁଜଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଛାନଭିନ‌୍‍ କରିଥିଲା ଏବଂ ମେଘାନନ୍ଦକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଜବତ କରିଥିଲା।

ଜଗତସିଂହପୁରରୁ ସାଇଂଟିଫିକ ଟିମ‌୍‍ ଆସି ଆବଶ୍ୟକ ଛାନଭିନ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତିର୍ତୋଲ ଏସଡିପିଓ ପହଂଚି ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିଥିଲେ। ମୃତ ମହିଳାଙ୍କ ଭାଇଙ୍କ ଏତଲାକ୍ରମେ କୁଜଙ୍ଗ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି। ତେବେ କଳହର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ ବିବାଦକୁ କେନ୍ଦ୍ର କରି ଝଗଡା ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତିା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos