ଅଜାକୁ ହତ୍ୟା କଲା ନାତି ! ମାଟି ତଳୁ ଗଳିତ ଶବ ଉଦ୍ଧାର

ବୀରମିତ୍ରପୁର (ରାକେଶ ସାହୁ): ଅଜାକୁ ହତ୍ୟା କଲା ନାତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ଗ୍ରାମପଞ୍ଚାୟତରେ ଥିବା ଗାଢାଟୋଲୀ ବସ୍ତିରେ। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ ଇଶା କକେର୍କେଟା। ତେବେ ମାଜିଷ୍ଟ୍ରେଟ, ସାଇଣ୍ଟିଫିକଦଳ , ରାଏବଗା ପୋଲିଶ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି ଶବ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।

ଗତ ୩ ବର୍ଷ ହେଲା ଇଶା କକେର୍କେଟା ନିଜ ଝିଅ ଘରେ ରହୁଥିଲେ l ଝିଅ ଜ୍ଵାଇଁର ଅନୁପସ୍ଥିତିରେ ତାଙ୍କର ଦୂର ସମ୍ପର୍କୀୟ ଭଣଜା ପାଞ୍ଚଦିନ ପୂର୍ବରୁ ଜେଲରୁ ଫେରି ଘରେ ରହିଥିଲେ l ଘରେ କେହି ନଥିବା ବେଳେ କୌଣସି କାରଣ ନେଇ ତିନିଦିନ ପୂର୍ବରୁ ଅଜା ଓ ନାତି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଝିଅ ଜ୍ଵାଇଁ ନିଜ ଘରକୁ ଫେରିବା ପରେ ଝିଅ ତାର ବାପାକୁ ଖୋଜି ପାଇନ ଥିଲା। ବିଭିନ୍ନ ଆଡ଼େ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା l ଭଣଜା ସମୀର କେର୍କେଟା ମଧ୍ୟ ଫେରାର ଥିଲା l ଆଜି ସକାଳୁ ଘର ବାରି ପଟେ ନୂଆଁ ମାଟି ପୋତାହୋଇଥିବା ଦେଖି ସନ୍ଦେହରେ ନିକଟକୁ ଯାଇ ଦେଖିବାରୁ ମଣିଷ ହାତ ଦେଖାଯାଉଥିଲା l ଏହାକୁ ଦେଖି ଝିଅ ପ୍ୟାରୀ ରାଏବଗାଥାନାକୁ ସୂଚନାଦେଇଥିଲେ l ଖବର ପାଇ ରାଏବୋଗା ଥାନାଅଧିକାରୀ ବିଜୟକୁମାରସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ମାଟି ଖୋଲା ଯାଇଥିଲା।

ମାଟି ଖୋଳିବା ପରେ ଶବ ଉଦ୍ଧାର ହୋଇଥିଲା। ପୋଲିଶ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ତେବେ ତାଙ୍କୁ ସେଇ ସମ୍ପର୍କୀୟ ନାତି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସା: ଆଦିବାସୀ ଜିଲ୍ଲାରେ ନାହିଁ ଆଇସିୟୁ କି ଭେଣ୍ଟିଲେଟର

କରୋନା ଆକ୍ରାନ୍ତଙ୍କ ମାନସିକ ଅବସ୍ଥା ବିଗୁଡ଼ୁଥିଲେ ଏହି ନମ୍ବରରେ ଫୋନ୍‌ କରନ୍ତୁ

କରୋନା ଆକ୍ରାନ୍ତ ଗର୍ଭବତୀଙ୍କ ଯତ୍ନ ନେଇ ଏମିତି କହିଲେ ଡାକ୍ତର

ମୂଲ ଲାଗିବେ ରଘୁରାଜପୁର ଶିଳ୍ପୀ

ଭୁବନେଶ୍ୱରରୁ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୪୪ ଲୋକାଲ୍‌ କେସ

ନିଜ ବିଭାଗର କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି ପୁଲିସ !

‘ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକ୍‌ରୁ ତଳକୁ ଖସିଲାଣି’

ବାଲେଶ୍ୱର ସଦର ଉପ-ନିର୍ବାଚନ: ଚର୍ଚ୍ଚାରେ ଅରିନ୍ଦମଙ୍କ ନାଁ

ଯୁକ୍ତ ୨ ନାମଲେଖା ଅବଧି ବଢ଼ିଲା

ସଂସଦ ଢାଞ୍ଚାରେ ବସିବ ବିଧାନସଭା ଅଧିବେଶନ, ବିଧାୟକଙ୍କ ସିଟ୍ ସାମ୍ନାରେ ଲାଗିଛି କାଚ

ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଭିତରେ ଥିଲା ଚୋରା ମାଲ୍‌

ରାଜ୍ୟରେ କରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ