ଏଲ୍ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ 

କେନ୍ଦୁଝର(ଓଡ଼ିଶା ରିପୋର୍ଟର):କେନ୍ଦୁଝର ଜିଲ୍ଲା ବୋଲାଣିପସି-କଣ୍ଟିଆପୋଡ଼ା ରାସ୍ତାରେ ଏଲ୍ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ଭୀମସେନ ମହାନ୍ତ। ଗତକାଲି ଦିନ ୩ଟା ବେଳେ ଭୀମସେନ ସାହାରାପୋଡ଼ାର ଦିଗପସିରୁ କେନ୍ଦୁଝର ଯିବାବେଳେ ୨ ଜଣ ଦୁର୍ବୃତ୍ତ ପଲସର ବାଇକ୍‌ରେ ଆସି ତାଙ୍କୁ ଠେଲି ଦେଇଥିଲେ। ଏହାସହ ବ୍ଲେଡ୍‌ ମଧ୍ୟ ମାରି ଦେଇଥିଲେ। ତେବେ ଭୀମସେନ ହେଲ୍‌ମେଟ୍‌ ମାଧ୍ୟମରେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ୨ ଦୁର୍ବୃତ୍ତ ତାଙ୍କ ପର୍ସ ଓ ଟଙ୍କା ବ୍ୟାଗ୍‌ ନେଇଯାଇଥିଲେ। ପର୍ସରେ ୫ ହଜାର ଓ ବ୍ୟାଗରେ ଥିବା […]

hg

Tapas Behera
  • Published: Thursday, 09 May 2019
  • , Updated: 09 May 2019, 11:13 AM IST

କେନ୍ଦୁଝର(ଓଡ଼ିଶା ରିପୋର୍ଟର):କେନ୍ଦୁଝର ଜିଲ୍ଲା ବୋଲାଣିପସି-କଣ୍ଟିଆପୋଡ଼ା ରାସ୍ତାରେ ଏଲ୍ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ଭୀମସେନ ମହାନ୍ତ।

ଗତକାଲି ଦିନ ୩ଟା ବେଳେ ଭୀମସେନ ସାହାରାପୋଡ଼ାର ଦିଗପସିରୁ କେନ୍ଦୁଝର ଯିବାବେଳେ ୨ ଜଣ ଦୁର୍ବୃତ୍ତ ପଲସର ବାଇକ୍‌ରେ ଆସି ତାଙ୍କୁ ଠେଲି ଦେଇଥିଲେ। ଏହାସହ ବ୍ଲେଡ୍‌ ମଧ୍ୟ ମାରି ଦେଇଥିଲେ।

ତେବେ ଭୀମସେନ ହେଲ୍‌ମେଟ୍‌ ମାଧ୍ୟମରେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ୨ ଦୁର୍ବୃତ୍ତ ତାଙ୍କ ପର୍ସ ଓ ଟଙ୍କା ବ୍ୟାଗ୍‌ ନେଇଯାଇଥିଲେ।

ପର୍ସରେ ୫ ହଜାର ଓ ବ୍ୟାଗରେ ଥିବା ୧୮ ହଜାର ଟଙ୍କା ଲୁଟ୍ ହୋଇଥିବା ଭୀମସେନ କହିଛନ୍ତି।

Related story