କେ.ମୁରୁଗେସନ ହେଲେ ରାଜ୍ୟ ପରିବେଶ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଆଇଏଫଏସ୍ ଅଧିକାରୀସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ୧୯୯୪ ବ୍ୟାଚ୍ ଆଇଏଫଏସ୍ ଡଃ କେ.ମୁରୁଗେସନଙ୍କୁ ରାଜ୍ୟ ପରିବେଶ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଏବେ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ଓ ଅତିରିକ୍ତ ଭାବେ ପରିବେଶ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୯ ବ୍ୟାଚ୍ ଆଇଏଫଏସ୍ ସୁଶାନ୍ତ […]

Sachivalaya

Ordigital Desk
  • Published: Tuesday, 20 September 2022
  • , Updated: 20 September 2022, 10:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଆଇଏଫଏସ୍ ଅଧିକାରୀସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ୧୯୯୪ ବ୍ୟାଚ୍ ଆଇଏଫଏସ୍ ଡଃ କେ.ମୁରୁଗେସନଙ୍କୁ ରାଜ୍ୟ ପରିବେଶ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଏବେ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ଓ ଅତିରିକ୍ତ ଭାବେ ପରିବେଶ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ।

ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୯ ବ୍ୟାଚ୍ ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ପରିବେଶ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇ ପିସିସିଏଫ(ନୋଡାଲ) ଭାବେ ଅବସ୍ଥାପିତ କରାଯାଇଛି । ସେ ଅତିରିକ୍ତ ଭାବେ ଚିଲିକା ଉନ୍ନୟନ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଇଜିଜେଏମପି ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ସେହିପରି ଖଣି ନିର୍ଦ୍ଦେଶକ ତଥା ୨୦୦୧ ଆଇଏଫଏସ୍ ଜି. ରାଜେଶ ଅତିରିକ୍ତ ଭାବେ ଓଏମବିଏଡିସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୧୯୮୭ ବ୍ୟାଚ୍ ଆଇଏଫଏସ୍ ଶିଶିର କୁମାର ରଥୋଙ୍କୁ ଗତକାଲି ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ୩ବର୍ଷ ନିମନ୍ତେ ନିଯୁକ୍ତି ଦେଇଛନ୍ତି ।

Related story