କୃତ୍ତିକାଙ୍କ ମୃତ୍ୟୁକୁ ନେଇ କେହି ମୁହଁ ଖୋଲିଲେନି, ଇନଷ୍ଟାଗ୍ରାମରୁ ମିଳିଲା ସୁରାକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ବିଜେବି ନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ଚର୍ଚ୍ଚା। କିଏ କହୁଛନ୍ତି ଦୁର୍ଘଟଣା ତ’ ଆଉ କିଏ କହୁଛନ୍ତି ଆତ୍ମହତ୍ୟା। ଇତିମଧ୍ୟରେ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ଏବେ ସାମ୍ନାକୁ ଆସିଛି ନୂଆ ଖିଅ। ଗଣମାଧ୍ୟମ ହାତରେ ଲାଗିଛି ଛାତ୍ରୀଙ୍କ ସେହି ରହସ୍ୟଜନକ ଇନଷ୍ଟାଗ୍ରାମର ପୋଷ୍ଟ ଯେଉଁଥିରୁ ବିଷାଦଗ୍ରସ୍ତ ହୋଇ ସଂପୃକ୍ତ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ଯାହାକୁ ନେଇ ଏବେ ସସ୍ପେନ୍ସ ବଢ଼ିଛି। […]

980

Tapas Behera
  • Published: Monday, 17 February 2020
  • , Updated: 17 February 2020, 08:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ବିଜେବି ନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ଚର୍ଚ୍ଚା। କିଏ କହୁଛନ୍ତି ଦୁର୍ଘଟଣା ତ’ ଆଉ କିଏ କହୁଛନ୍ତି ଆତ୍ମହତ୍ୟା। ଇତିମଧ୍ୟରେ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ଏବେ ସାମ୍ନାକୁ ଆସିଛି ନୂଆ ଖିଅ। ଗଣମାଧ୍ୟମ ହାତରେ ଲାଗିଛି ଛାତ୍ରୀଙ୍କ ସେହି ରହସ୍ୟଜନକ ଇନଷ୍ଟାଗ୍ରାମର ପୋଷ୍ଟ ଯେଉଁଥିରୁ ବିଷାଦଗ୍ରସ୍ତ ହୋଇ ସଂପୃକ୍ତ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ଯାହାକୁ ନେଇ ଏବେ ସସ୍ପେନ୍ସ ବଢ଼ିଛି।

ଭୁବନେଶ୍ୱରର ଏକ ଘରୋଇ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ହେଉଛନ୍ତି  କୃତ୍ତିକା ମିଶ୍ର। ପରିବାର ସଦସ୍ୟଙ୍କ ସହ ବିଜେବି ନଗର ଇଲାକାରେ ରହୁଥିଲେ। କିନ୍ତୁ ରହସ୍ୟଜନକ ଭାବେ ଆପାର୍ଟମେଣ୍ଟରୁ ତଳେ ପଡ଼ି ରବିବାର ପ୍ରାଣ ହରାଇଛନ୍ତି କୃତ୍ତିକା। ଆଉ କୃତ୍ତିକାଙ୍କ ବିୟୋଗରେ ସମସ୍ତେ ଶୋକାଭିଭୂତ। ତେବେ କୃତ୍ତିକାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ କି ପୁଲିସ , କେହି ବି ମୁହଁ ଖୋଲିବାକୁ ନାରାଜ। ତେବେ କୃତ୍ତିକାଙ୍କ ରହସ୍ୟଜନକ ମୃତ୍ୟୁର ଦିନକ ପରେ ସାମ୍ନାକୁ ଆସିଛି ନୂଆ ଖିଅ । ଇନଷ୍ଟାଗ୍ରାମ୍ ଓ ସ୍ନାପସଟ୍‌କୁ ନିୟମିତ ବ୍ୟବହାର କରୁଥିଲେ କୃତ୍ତିକା । କେଉଁଠି BYE BYE PEOPLE ତ’ ଆଉ କେଉଁଠି ଲେଖାଯାଇଛି DEATH NOTE। ଏକାଧିକ ବିଷାଦପୂର୍ଣ୍ଣ ପୋଷ୍ଟ ବି ଅଛି କୃତ୍ତିକାଙ୍କ ଇନ୍‌ଷ୍ଟାଗ୍ରାମରେ।

 

ଏପରିକି ମୁଁ ନର୍କ ନହେଲେ ସ୍ୱର୍ଗକୁ ଯିବି ବୋଲି ବି ଲେଖାଯାଇଛି। ଏସବୁ ଭିତରେ କୃତ୍ତିକାଙ୍କ କପାଳରେ ଲେଖାଯାଇଛି PERFECT ତେବେ ଏଭଳି ଅଦ୍ଭୁତ ଆଚରଣ ପଛର କାରଣ କଣ ? କୃତ୍ତିକାଙ୍କୁ କେହି PERFECT ନୁହଁନ୍ତି ବୋଲି କହୁଥିଲେ କି ? ଏଭଳି ବିଷାଦଗ୍ରସ୍ତ ପୋଷ୍ଟ ପଛରେ କଣ ଥାଇପାରେ କାରଣ ? କୃତ୍ତିକାଙ୍କୁ ଭଲ ଭାବେ ଜାଣିଥିବା ଆ।ନ୍ନି ନାମକ ଜଣେ ଝିଅଙ୍କ ପୋଷ୍ଟ ବି ନା ନା ଦିଗକୁ ଇଙ୍ଗିତ କରୁଛି।  ଏପଟେ କୃତ୍ତିକାଙ୍କ ସ୍କୁଲରେ ପରୀକ୍ଷା ଚାଲିଥିବାବେଳେ ତାଙ୍କ ରୋଲନମ୍ବର ଲେଖାଥିବା ସିଟ୍ ଫାଙ୍କା ପଡ଼ିଛି। ସମସ୍ତେ ତାଙ୍କୁ ଝୁରୁଛନ୍ତି ସ୍କୁଲରେ ।

କେବଳ କୃତ୍ତିକା ନୁହଁନ୍ତି, କିଶୋର ବୟସରେ ସୋଶାଲ୍ ମିଡିଆର ବ୍ୟବହାର ଏବଂ ଅନ୍‌ଲାଇନ୍ ଗେମ୍ ସାଂଘାତିକ ପରିଣାମ ଘଟିଥିବା ନଜିର ରହିଛି । ଏପରିକି ବ୍ଲୁ ହ୍ୱେଲ ଏବଂ ମୋମୋ ଚାଲେଞ୍ଜ ଖେଳି ଏକାଧିକ ସ୍କୁଲ ପିଲାଙ୍କ ପ୍ରାଣଯାଇଛି। ଏ ଦିଗରେ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ଯଥେଷ୍ଟ ସତର୍କ ରହିବା ଜରୁରୀ  ବୋଲି ମତ ଦେଇଛନ୍ତି ବିଶେଷଜ୍ଞ।

Related story