ଇଞ୍ଜିନିୟରଙ୍କ ଘରୁ ନାବାଳକକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଭୁବନେଶ୍ୱର: ରାଜଧାନୀରେ ଜଣେ ଇଞ୍ଜିନିୟରଙ୍କ ଘରେ ନିର୍ଯାତନା ଦିଆଯାଉଥିବା ଜଣେ ନାବାଳକକୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ଏ ନେଇ ଶିଶୁ କଲ୍ୟାଣ ସମିତି ପକ୍ଷରୁ ଖାରବେଳ ନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଇଞ୍ଜିନିୟରି ଫକୀର ମୋହନ ରାଉତଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ ୬ମାସ ତଳେ ନାବାଳକର ବାପା ସହ କଥା ହୋଇ ତାକୁ ଘରେ କାମ କରାଇବାକୁ ଫକୀର ଆଣିଥିଲେ।  କିନ୍ତୁ ପରେ ତାକୁ ଘରେ ଲୁଗା […]

kharavelanagar_

Rakesh Mallick
  • Published: Tuesday, 06 December 2016
  • , Updated: 06 December 2016, 10:56 PM IST

ଭୁବନେଶ୍ୱର: ରାଜଧାନୀରେ ଜଣେ ଇଞ୍ଜିନିୟରଙ୍କ ଘରେ ନିର୍ଯାତନା ଦିଆଯାଉଥିବା ଜଣେ ନାବାଳକକୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ଏ ନେଇ ଶିଶୁ କଲ୍ୟାଣ ସମିତି ପକ୍ଷରୁ ଖାରବେଳ ନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଇଞ୍ଜିନିୟରି ଫକୀର ମୋହନ ରାଉତଙ୍କୁ ଅଟକ ରଖିଛି।

ଅଭିଯୋଗ ଅନୁସାରେ ୬ମାସ ତଳେ ନାବାଳକର ବାପା ସହ କଥା ହୋଇ ତାକୁ ଘରେ କାମ କରାଇବାକୁ ଫକୀର ଆଣିଥିଲେ।  କିନ୍ତୁ ପରେ ତାକୁ ଘରେ ଲୁଗା ସଫା, ବାସନ ମଜା ଓ ଦେହ ଉପରେକୁ ଗରମ ପାଣି ଛାଟିବା ଥାନାରେ ଅଭିଯୋଗ ହୋଇଛି।

ଚାଇଲ୍ଡ ଲାଇନ ଅଧିକାରୀ ହରପ୍ରିୟା କହିଛନ୍ତି, “ଜଣଙ୍କ ଘରେ ଜଣେ ନାବାଳକ କାମ କରୁଛି। ତା’ର ବୟସ ୭ ବର୍ଷ। ଘର ମାଲିକ ତାଙ୍କୁ ପିଟା ପିଟି କରୁଛନ୍ତି ବୋଲି ଖବର ପାଇଥିଲୁ। ଆମେ ଖବର ପାଇବା ପରେ ଖାରବେଳ ଥାନାକୁ ଆସିଥିଲୁ। ପୋଲିସ୍‌ ମାଧ୍ୟମରେ ସେଠାକୁ ଯାଇ ନାବାଳକକୁ ଉଦ୍ଧାର କରିଥିଲୁ।”

Related story