ନବଯୌବନ ସପକ୍ଷରେ ମତ ରଖିଲେ ପୁରୀ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର: ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସପକ୍ଷରେ ମତ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ପରିଚାଳନାରେ ତାଙ୍କର ଓ ପ୍ରଶାସନର ଭୂମିକା ନେଇ ସୀମା ନିର୍ଦ୍ଧାରଣ କରିବାକୁ ପୁଣି ଥରେ ଦାବି କରିଛନ୍ତି। ନ୍ୟାୟାଳୟର ନିର୍ଦ୍ଦେଶ ଓ ସତ୍ୱଲିପି ଅନୁସାରେ ସୀମା ନିର୍ଦ୍ଦାରଣ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶନିବାର ଭୁବନେଶ୍ୱରରେ ଏକ  ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଶ୍ରୀମନ୍ଦିର ଓ ନବକଳେବର ସମ୍ପର୍କିତ […]

snakaracharjya

snakaracharjya

Rakesh Mallick
  • Published: Saturday, 30 May 2015
  • Updated: 30 May 2015, 01:40 PM IST

Sports

Latest News

ଭୁବନେଶ୍ୱର: ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସପକ୍ଷରେ ମତ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ପରିଚାଳନାରେ ତାଙ୍କର ଓ ପ୍ରଶାସନର ଭୂମିକା ନେଇ ସୀମା ନିର୍ଦ୍ଧାରଣ କରିବାକୁ ପୁଣି ଥରେ ଦାବି କରିଛନ୍ତି। ନ୍ୟାୟାଳୟର ନିର୍ଦ୍ଦେଶ ଓ ସତ୍ୱଲିପି ଅନୁସାରେ ସୀମା ନିର୍ଦ୍ଦାରଣ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶନିବାର ଭୁବନେଶ୍ୱରରେ ଏକ  ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଶ୍ରୀମନ୍ଦିର ଓ ନବକଳେବର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମତ ରଖିଥିଲେ। ସେ କହିଥିଲେ ଯେ, ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ଅଧିକାରରୁ ତାଙ୍କୁ ବଞ୍ଚିତ କରିଛି। ଗଣତାନ୍ତ୍ରିକ ଶାସନକୁ ଆଧର କରି ମନ୍ଦିରରେ କାର୍ଯ୍ୟରତଥିବା ପଣ୍ଡା ଓ ପୂଜାରୀମାନଙ୍କୁ ଯୋଗ୍ୟତାକୁ ତାଙ୍କଠାରୁ ଛଡାଇ ନିଆଯାଇଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ତାଙ୍କ ଅଧିନରେଥିବା ଶ୍ରୀମନ୍ଦିର ସଂସ୍ଥାନର ସଂରକ୍ଷଣ, ପ୍ରଶାସନ ଓ ନିଯୁକ୍ତି ଇତ୍ୟାଦିରେ ପ୍ରଶାସନ ପ୍ରଥମେ ହସ୍ତକ୍ଷେପ କରିଲା।ଏହାପରେ ତାଙ୍କଠାରୁ ଏହିସବୁକୁ ଛଡେଇ ନିଆଗଲାବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos