ଖୋର୍ଦ୍ଧା: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଆଜି ସୁବର୍ଣ୍ଣଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି। ନବଦିଗନ୍ତ ଚିଟଫଣ୍ଡ ସଂସ୍ଥା ଜମାକାରୀଙ୍କଠାରୁ ପ୍ରାୟ ୯ କୋଟି ଟଙ୍କା ଠକି ନେଇଥିବା ସିବିଆଇ ତାର ଚାର୍ଜସିଟରେ ଫାଇଲ୍ କରିଥିଲା। ଏହି ମାମଲାରେ ସୁବର୍ଣ୍ଣ ନାୟକଙ୍କ ସମେତ ମୋଟ ୬ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ନିଲମ୍ୱିତ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା, ବିଜେପିର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ ଅଛନ୍ତି। ଗତ ୧୩ ତାରିଖରେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ।