ନବକଳେବର ପାଇଁ ନିର୍ମିତ ରାସ୍ତା ଦବିଯିବା ଘଟଣା: ପ୍ରାଥମିକ ତଦନ୍ତ ଆରମ୍ଭ

ପୁରୀ:  ନବକଳେବର ପାଇଁ ନିର୍ମିତ ପୁରୀର ଏକ ରାସ୍ତା ଦବିଯିବା ପରେ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ନବକଳେବର ଓଏସଡିଓ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ପୂର୍ତ୍ତ ଓ ସ୍ୱରେଜ ବିଭାଗର ମୁଖ୍ୟଯନ୍ତ୍ରୀ ଗତକାଲି ଘଟଣାସ୍ଥଳକୁ ଯାଇ ରାସ୍ତାର ଯାଞ୍ଚ କରିଛନ୍ତି। ଏକ ବିଶେଷଜ୍ଞ ଟିମ୍ ଦ୍ୱାରା ଏହାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ରବିବାର ପୁରୀ ସହରକୁ ସଂଯୋଗ କରୁଥିବା ଏହି […]

rasta

rasta

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 03:18 AM IST

Sports

Latest News

ପୁରୀ:  ନବକଳେବର ପାଇଁ ନିର୍ମିତ ପୁରୀର ଏକ ରାସ୍ତା ଦବିଯିବା ପରେ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ନବକଳେବର ଓଏସଡିଓ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ପୂର୍ତ୍ତ ଓ ସ୍ୱରେଜ ବିଭାଗର ମୁଖ୍ୟଯନ୍ତ୍ରୀ ଗତକାଲି ଘଟଣାସ୍ଥଳକୁ ଯାଇ ରାସ୍ତାର ଯାଞ୍ଚ କରିଛନ୍ତି। ଏକ ବିଶେଷଜ୍ଞ ଟିମ୍ ଦ୍ୱାରା ଏହାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ରବିବାର ପୁରୀ ସହରକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାର ଜେଲ୍ ରୋଡ୍ ନିକଟରେ ଏକ ଡମ୍ଫର ଧସିଯାଇ ଏକ ବଡ଼ ଗାତ ସୃଷ୍ଟି ହୋଇଥିଲା। ଏହାପରେ ନିମ୍ନ ମାନର କାମ ଅଭିଯୋଗରେ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos