ଭୁବନେଶ୍ୱର: ନବକଳେବରକୁ ଆଖି ଆଗରେ ରଖି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ଭିତ୍ତିଭୂମି ବିକାଶ ସହ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ୨୫ କୋଟି ଟଙ୍କା ବିନିଯୋଗ ହୋଇଛି। ଲେଜର୍ ଲାଇଟ୍ ଶୋ, ବିଭିନ୍ନ ଗଣମାଧ୍ୟମ, ରୋଡ୍ ଶୋ, ୱେବସାଇଟ, ପଥପ୍ରାନ୍ତ ନାଟକ, ବିଭିନ୍ନ ପତ୍ରପ୍ରତିକା ମାଧ୍ୟମରେ ନବକଳେବରର ପ୍ରଚାର ଲାଗି ପଦକ୍ଷେପ ନିଆଯାଇଛି। ଗତ ୪ମାସ ଭିତରେ ୪ କୋଟି ଲୋକ ୱେବସାଇଟ୍ ମାଧ୍ୟମରେ ତଥ୍ୟ ଜାଣିବାକୁ ଚେଷ୍ଟା କରିଥିବା ବିଭାଗ ସୂଚନା ଦେଇଛି। ଏହି ଅବସରରେ ନବକଳେବର ବୁକଲେଟ ଓ ଟି-ସାର୍ଟର ଉନ୍ମୋଚନ କରାଯାଇଛି। ଆସନ୍ତା ୧୭ରେ ନବକଳେବର ଡାକଟିକେଟ ଉନ୍ନୋଚନ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।