ନବକଳେବର ପ୍ରକଳ୍ପ ଉଦଘାଟନ ପାଇଁ ଆଜି ଆସୁଛନ୍ତି ୪ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ନବକଳେବର ଭିତ୍ତିଭୂମି ସମ୍ପର୍କିତ କିଛି ପ୍ରକଳ୍ପର ଉଦଘାଟନ ପାଇଁ ଆଜି ଓଡ଼ିଶା ଆସୁଛନ୍ତି ୪ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଅପରାହ୍ନ ସାଢେ଼ ୪ଟାରେ ପିପିଲି ନିକଟରେ ଏନଏଚ୍ ୨୦୩ ବାଇପାସର ଲୋକାର୍ପଣ କରିବେ। ତାଙ୍କ ସହ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ। ସନ୍ଧ୍ୟାରେ ଭୁବନେଶ୍ୱରରେ ଓଡିଶାରେ ଚାଲିଥିବା ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା […]

RavishankarNitin

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 01:52 AM IST

ଭୁବନେଶ୍ୱର: ନବକଳେବର ଭିତ୍ତିଭୂମି ସମ୍ପର୍କିତ କିଛି ପ୍ରକଳ୍ପର ଉଦଘାଟନ ପାଇଁ ଆଜି ଓଡ଼ିଶା ଆସୁଛନ୍ତି ୪ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଅପରାହ୍ନ ସାଢେ଼ ୪ଟାରେ ପିପିଲି ନିକଟରେ ଏନଏଚ୍ ୨୦୩ ବାଇପାସର ଲୋକାର୍ପଣ କରିବେ। ତାଙ୍କ ସହ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ। ସନ୍ଧ୍ୟାରେ ଭୁବନେଶ୍ୱରରେ ଓଡିଶାରେ ଚାଲିଥିବା ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିବେ। ସେହିପରି ଆଜି ଟେଲିକମ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦିନ ଗୋଟାଏରେ ପୁରୀରେ ବିଏସ୍ଏନ୍ଏଲର ୱାଇଫାଇ ସେବାର ଲୋକାର୍ପଣ କରିବେ। ସେ ମଧ୍ୟ ରାଜ୍ୟରେ ଚାଲିଥିବା ପୋଷ୍ଟାଲ୍, ବିଏସ୍ଏନ୍ଏଲ୍ ଓ ଆଇଟି କାର୍ଯ୍ୟର ସମୀକ୍ଷା କରିବେ। ପୁରୀ ଯିବା ପୂର୍ବରୁ ରବିଶଙ୍କର ପ୍ରସାଦ ଭୁବନେଶ୍ୱରରେ ବରମୁଣ୍ଡା ପୋଷ୍ଟ ଅଫିସର ଶିଳାନ୍ୟାସ କରିବେ।

ତେବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ରାଉରକେଲା ଗସ୍ତ ବାତିଲ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗଡକରୀ ଆଜି ରାଉରକେଲା ଆସି ଦିନ ଗୋଟାଏ ୩୦ରେ ପାନପୋଷଠାରେ ୧୪୩ ନମ୍ୱର ଜାତୀୟ ରାଜପଥର ସମ୍ପ୍ରସାରଣ ଏବଂ ଦ୍ବିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ କରିଥାନ୍ତେ। ହେଲେ ପ୍ରବଳ ବର୍ଷା ଯୋଗୁଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଗତକାଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ,ରାଉରକେଲା ବିଧାୟକ ଦିଲୀପ ରାୟ,ସୁନ୍ଦରଗଡ ଜିଲ୍ଲାପାଳ ଭୁପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଶିଳାନ୍ୟାସ ସ୍ଥଳ ପରିଦର୍ଶନ କରିଥିଲେ। ପାଗ ଖରାପ ଯୋଗୁଁ କାର୍ଯ୍ୟକ୍ରମ ସ୍ଥଗିତ ରଖାଗଲା ବୋଲି ମନ୍ତ୍ରୀ ଓରାମ ପରେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଚାରି କେନ୍ଦ୍ର ମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ କଂଗ୍ରେସ କହିଛି ଯେ ନବକଳେବର ଭିତ୍ତିଭୂମି କାମର ଶ୍ରେୟ ନେବାକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଦଳର ମୁଖପାତ୍ର ଗଣେଶ ବେହେରା କହିଛନ୍ତି, ଅସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିବା ପାଇଁ ଏହି ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ପ୍ରକଳ୍ପ କାମ ନସାରି ଆତ୍ମପ୍ରଚାର କରୁଛନ୍ତି ବିଜେଡି ଓ ବିଜେପି ନେତା।

ଅନ୍ୟପକ୍ଷରେ କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ବିଜେଡି ଓ ବିଜେପି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ ତାଙ୍କ ଦଳ ଆତ୍ମପ୍ରଚାରରେ ବିଶ୍ୱାସ କରେ ନାହିଁ। କାହା ସହିତ ପ୍ରତିଯୋଗିତ କରେ ନାହିଁ। ଦଳ କେବଳ ଲୋକଙ୍କ ପାଇଁ କାମ କରେ। ସେହିପରି ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି କଂଗ୍ରେସର ଅଭିଯୋଗରେ ସତ୍ୟତା ନାହିଁ।  ପ୍ରକଳ୍ପଗୁଡ଼ିକର କାମ ସରିଯାଇଛି। ଆଉ କାଁ ଭାଁ ବାକି ରହିଛି। କଂଗ୍ରେସ ଶାସନରେ ଥିବା ବେଳେ କ’ଣ ଏମିତି ହୋଇନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

Related story