ନାବାଳିକା ଏମଏମଏସ ମାମଲା:ମୁଖ୍ୟ ଅଭିଯୁକ୍ତ ଗିରଫ

ସାଲେପୁର: ସାଲେପୁର ନାବାଳିକା ଏମଏମଏସ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡିଛି। ତେବେ ସେ ଜଣେ ନାବାଳକ ବୋଲି ପୁଲିସ କହିଛି। ତାଙ୍କୁ ପଚାରାଉଚରା କରାଯାଉଛି। ସେହିପରି ପୋଲିସ ଏହି ଘଟଣାରେ ଅଭିଯୁକ୍ତର ଜଣେ ସହଯୋଗୀଙ୍କୁ ମଧ୍ୟ ଅଟକ ରଖିଛି। ଘଟଣା ସମ୍ପର୍କରେ ଉଭୟଙ୍କୁ ପଚାରାଉଚରା ଜାରି ରହିଛି। ମୁଖ୍ୟ ଅଭିଯୁକ୍ତ ଓ ନାବାଳିକାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ଇଣ୍ଟରନେଟରେ ଛାଡିଦିଆଯାଇଥିଲା। ଏହାପରେ  ସମ୍ପୃକ୍ତ ନାବାଳିକା ଗତ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।କଟକ […]

vlcsnap

Rakesh Mallick
  • Published: Sunday, 19 April 2015
  • , Updated: 21 April 2015, 06:37 AM IST

ସାଲେପୁର: ସାଲେପୁର ନାବାଳିକା ଏମଏମଏସ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡିଛି। ତେବେ ସେ ଜଣେ ନାବାଳକ ବୋଲି ପୁଲିସ କହିଛି। ତାଙ୍କୁ ପଚାରାଉଚରା କରାଯାଉଛି। ସେହିପରି ପୋଲିସ ଏହି ଘଟଣାରେ ଅଭିଯୁକ୍ତର ଜଣେ ସହଯୋଗୀଙ୍କୁ ମଧ୍ୟ ଅଟକ ରଖିଛି।

ଘଟଣା ସମ୍ପର୍କରେ ଉଭୟଙ୍କୁ ପଚାରାଉଚରା ଜାରି ରହିଛି। ମୁଖ୍ୟ ଅଭିଯୁକ୍ତ ଓ ନାବାଳିକାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ଇଣ୍ଟରନେଟରେ ଛାଡିଦିଆଯାଇଥିଲା। ଏହାପରେ  ସମ୍ପୃକ୍ତ ନାବାଳିକା ଗତ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।କଟକ ଗ୍ରାମଞ୍ଚଳ ଏସ୍ପିଙ୍କ ନେତୃତ୍ୱରେ ଏକ ଟିମ ଅଭିଯୁକ୍ତଙ୍କୁ ଧରିବାର  ସଫଳ ହୋଇଥିଲା।

Related story