ପୋଲିଂ ପାର୍ଟିର ବାଟ ଓଗାଳିଲା ନବ ନିର୍ମାଣ କୃଷକ ସଂଗଠନ !

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝରରେ ପୋଲିଂ ପାର୍ଟିକୁ ବିରୋଧ କଲା ନବ ନିର୍ମାଣ କୃଷକ ସଂଗଠନ। ବୁଥକୁ ଯିବା ପୂର୍ବରୁ ଚାଷୀ ସଂଗଠନ ପୋଲିଂ ପାର୍ଟିକୁ ବିରୋଧ କରି ଇଭିଏମ୍ ବିତରଣ କେନ୍ଦ୍ର ‌ଆଗରେ ଧାରଣା ଦେଇଥିଲା। କୃଷକ ସଂଗଠନର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ଇଭିଏମ୍ ବିତରଣ କେନ୍ଦ୍ର କରାଯାଇଥିବା କେନ୍ଦୁଝରର ମାଇନିଂ ଇଂଜିନିୟରିଂ କଲେଜ ‌ଆଗରେ ଧାରଣାରେ ବସିଥିଲେ। ସରକାର ଚାଷୀଙ୍କୁ ସହରରେ ପୂରାଇ ଦେଉନଥିବାରୁ ପୋଲିଂ ପାର୍ଟିକୁ ଗାଁ ବୁଥରେ ପୂରାଇ ନଦେବା […]

strike-1

strike-1

Tapas Behera
  • Published: Sunday, 21 April 2019
  • Updated: 21 April 2019, 04:51 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝରରେ ପୋଲିଂ ପାର୍ଟିକୁ ବିରୋଧ କଲା ନବ ନିର୍ମାଣ କୃଷକ ସଂଗଠନ। ବୁଥକୁ ଯିବା ପୂର୍ବରୁ ଚାଷୀ ସଂଗଠନ ପୋଲିଂ ପାର୍ଟିକୁ ବିରୋଧ କରି ଇଭିଏମ୍ ବିତରଣ କେନ୍ଦ୍ର ‌ଆଗରେ ଧାରଣା ଦେଇଥିଲା।

କୃଷକ ସଂଗଠନର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ଇଭିଏମ୍ ବିତରଣ କେନ୍ଦ୍ର କରାଯାଇଥିବା କେନ୍ଦୁଝରର ମାଇନିଂ ଇଂଜିନିୟରିଂ କଲେଜ ‌ଆଗରେ ଧାରଣାରେ ବସିଥିଲେ। ସରକାର ଚାଷୀଙ୍କୁ ସହରରେ ପୂରାଇ ଦେଉନଥିବାରୁ ପୋଲିଂ ପାର୍ଟିକୁ ଗାଁ ବୁଥରେ ପୂରାଇ ନଦେବା ଜିଦରେ ନବ ନିର୍ମାଣ କୃଷକ ସଂଗଠନ ଏହି ଆନ୍ଦୋଳନ କରିଥିଲେ। ପରେ ଘଠଣାସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ଉଠାଇଥିଲା।

ସୂଚନା ମୁତାବକ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାଷୀ ଏହି ଆନ୍ଦୋଳନ ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos