ଉତ୍ସବମୁଖର ପଶ୍ଚିମ ଓଡ଼ିିଶା, ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ନୂଆଖାଇ ପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦.୫୬ ରୁ ୧୧.୧୦ ମଧ୍ୟରେ ନବାନ୍ନ ଲାଗି ହୋଇଛି। ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମାଆ ସମଲେଇଙ୍କ ମନ୍ଦିର। ଏହା ପରେ ଘରେ ଘରେ ନିଜ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଲାଗି କରି ନୂଆ ଖାଇଛନ୍ତି ସମସ୍ତେ। ଘରର କନିଷ୍ଠ ସଦସ୍ୟମାନେ ମୁରବୀମାନଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି। ସେହିପରି ବଲାଙ୍ଗିରର […]

samblpur

  • Published: Thursday, 01 September 2022
  • , Updated: 01 September 2022, 02:14 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ନୂଆଖାଇ ପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦.୫୬ ରୁ ୧୧.୧୦ ମଧ୍ୟରେ ନବାନ୍ନ ଲାଗି ହୋଇଛି। ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମାଆ ସମଲେଇଙ୍କ ମନ୍ଦିର। ଏହା ପରେ ଘରେ ଘରେ ନିଜ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଲାଗି କରି ନୂଆ ଖାଇଛନ୍ତି ସମସ୍ତେ। ଘରର କନିଷ୍ଠ ସଦସ୍ୟମାନେ ମୁରବୀମାନଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି।

ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲାରେ ମଧ୍ୟ ପାଳନ ହୋଇଛି ନୂଆଖାଇ ପର୍ବ। ଗାଁ ଗହଳିଠାରୁ ଆରମ୍ଭ କରି ସହରାଞ୍ଚଳରେ ନୂଆଖାଇ ପାଳନ କରାଯାଇଛି। ଆଦିବାସୀ ପରମ୍ପରା ମଧ୍ୟରେ ଗାଁରେ ଥିବା ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ କୁରେଇ ପତ୍ରରେ ନବାନ୍ନ ଭକ୍ଷଣ କରିଛନ୍ତି  ଗ୍ରାମବାସୀ।

 ନୂଆଖାଇଲେ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବ୍ୟକ୍ତି-

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ କରି ନୂଆଖାଇ ଜୁହାର ଜଣାଇଛନ୍ତି।  ଏହାସହ ଓଡ଼ିଶାର ଭାଇ, ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୂଆଖାଇ ଜୁହାର ଜଣାଇବା ସହ ସମସ୍ତଙ୍କୁ ଏହି ବିଶେଷ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।  ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଆମର ଚାଷୀ ଭାଇମାନଙ୍କୁ କୃତଜ୍ଞତା ଜଣାଇବାର ଏହି ଅବସର ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ ବୋଲି ଟ୍ୱିଟ୍‌ କରି କହିଛନ୍ତି।  ଏହାସହ ମୋଦି ସମସ୍ତଙ୍କର ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଖାଇ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ସମସ୍ତଙ୍କୁ ମୋର ନୂଆଖାଇ ଜୁହାର। ମା’ ସମଲେଶ୍ୱରୀ ସମସ୍ତଙ୍କୁ ଭଲରେ ରଖନ୍ତୁ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି। ନୂଆଖାଇ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣି ଦେଉ ବୋଲି ସେ କହିଛନ୍ତି।

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନୂଆ ଖାଇ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସମସ୍ତଙ୍କୁ ନୂଆଖାଇରେ ଜୁହାର୍ ଜଣାଇଛନ୍ତି।  ନିଜ ଟ୍ୱିଟ୍‌ରେ ଉଲ୍ଲେଖ  କରିଛନ୍ତି ଯେ, କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମା ସମଲେଇଙ୍କ ନିକଟରେ ପ୍ରାର୍ଥନା କରୁଛି।

 

 

 

 

 

Related story