ନବରଙ୍ଗପୁର: ଦୁଇ ମାସର ଶିଶୁକୁ ଚେଙ୍କ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ଜଣେ ଦୁଇ ମାସର ଶିଶୁକୁ ଆଜି ଚେଙ୍କ ଦିଆଯାଇଛି। ପେଟ ରୋଗ ଭଲ ପାଇଁ ଶିଶୁ ଚେଙ୍କ ଦିଆଯାଇଛି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଡିସେମ୍ୱର ୨୫ ତାରିଖରେ ସଦର ବ୍ଲକ କୁଟିପଦର ଗାଁର ଜଣେ ୨୭ ଦିନର ଶିଶୁକୁ ଚେଙ୍କ ଦିଆଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ଦିଶାରୀଙ୍କ […]

sisu1

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 09:44 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ଜଣେ ଦୁଇ ମାସର ଶିଶୁକୁ ଆଜି ଚେଙ୍କ ଦିଆଯାଇଛି। ପେଟ ରୋଗ ଭଲ ପାଇଁ ଶିଶୁ ଚେଙ୍କ ଦିଆଯାଇଛି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ଡିସେମ୍ୱର ୨୫ ତାରିଖରେ ସଦର ବ୍ଲକ କୁଟିପଦର ଗାଁର ଜଣେ ୨୭ ଦିନର ଶିଶୁକୁ ଚେଙ୍କ ଦିଆଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ଦିଶାରୀଙ୍କ ନାଁରେ ପୋଲିସ୍‌ ମାମଲା ରୁଜୁ କରିଥିଲା।

ସେହିପରି ଜୁଲାଇ ୨୭ ତାରିଖରେ ପାପଡ଼ାହାଣ୍ଡି ବ୍ଲକ ମୁଣ୍ଡାଗୁଡ଼ା ଗାଁରେ ଜଣେ ବର୍ଷକର ଶିଶୁକୁ ଚେଙ୍କ ଦିଆଯାଇ ଥିଲା। ଶିଶୁଟିକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି।

Related story