ଲୁଟି ନେଲେ ୧୭ ଲକ୍ଷ, ନବରଙ୍ଗପୁର ତାଟକା  

ନବରଙ୍ଗପୁର: ନବରଙ୍ଗପୁର ସହର ଏଲ୍‌ଆଇସି କୋଲାନି ନିକଟସ୍ଥ ଏକ କ।ର୍‌ କାଚ ଭାଙ୍ଗୀ ଦୁର୍ବୃତ୍ତ ୧୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁର ମିଲ୍‌ ମାଲିକ କେ. ସହଦେବ ପାତ୍ର ଆଜି ନବରଙ୍ଗପୁର ଏସ୍‌ବିଆଇ ବ୍ୟାଙ୍କର ୨ ଆକାଉଣ୍ଟରୁ ୧୭ ଲକ୍ଷ ଟଙ୍କା ଉଠାଇ କାର୍‌ରେ ଘରକୁ ଆସୁଥିଲେ। ତେବେ କିଛି ସମୟ ପାଇଁ ସେ […]

loot

Rakesh Mallick
  • Published: Monday, 24 April 2017
  • , Updated: 24 April 2017, 05:50 PM IST

ନବରଙ୍ଗପୁର: ନବରଙ୍ଗପୁର ସହର ଏଲ୍‌ଆଇସି କୋଲାନି ନିକଟସ୍ଥ ଏକ କ।ର୍‌ କାଚ ଭାଙ୍ଗୀ ଦୁର୍ବୃତ୍ତ ୧୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ନବରଙ୍ଗପୁର ମିଲ୍‌ ମାଲିକ କେ. ସହଦେବ ପାତ୍ର ଆଜି ନବରଙ୍ଗପୁର ଏସ୍‌ବିଆଇ ବ୍ୟାଙ୍କର ୨ ଆକାଉଣ୍ଟରୁ ୧୭ ଲକ୍ଷ ଟଙ୍କା ଉଠାଇ କାର୍‌ରେ ଘରକୁ ଆସୁଥିଲେ। ତେବେ କିଛି ସମୟ ପାଇଁ ସେ ଏଲ୍‌ଆଇସି କଲୋନୀ ପାଖରେ ଅଟକି ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ କାର ଡୋର ଝରକା ଭାଙ୍ଗି ଟଙ୍କା ଲୁଟି ନେଇଥିଲେ। ଘର ନିକଟରେ ଲାଗିଥିବା ସିସିଟିଭି ଓ ବ୍ୟାଙ୍କର ସିସିଟିଭିକୁ ଆଧାର କରି ତଦନ୍ତ ଚଳାଇଛି ବୋଲି ଆଇଆଇସି ପ୍ରଭାସଙ୍କର ନାୟକ ସୂଚନା ଦେଇଛନ୍ତି।

Related story