ଜହ୍ଲାଦ ସ୍ୱାମୀ: ନିର୍ଯାତନା ସହିନପାରି ୩ ଜଣ ପଳାଇଲେ, ୫ମ ସ୍ତ୍ରୀକୁ ଜାଳିଦେଲେ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ଜହ୍ଲାଦ ସ୍ୱାମୀଙ୍କ କଳଙ୍କିତ କାହାଣୀ। ଚାରି ଚାରି ଜଣ ପତ୍ନୀଙ୍କୁ ନିର୍ଯାତନା ପରେ ପଞ୍ଚମ ପତ୍ନୀକୁ ଜାଳିପୋଡ଼ି ମାରିଦେଇଥିବା ଅଭିଯୋଗ ଆସିଛି ଦୁର୍ଦ୍ଦାନ୍ତ ସ୍ୱାମୀଙ୍କ ବିରୋଧରେ। କଅଁଳ ଝିଅଟି ମଧ୍ୟ ଏଥିରୁ ବାଦ୍ ପଡ଼ିନି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନିକଟ ଚିରିମା ଗାଁର ଏହି ବିଭତ୍ସ କାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟା। ଘର ନିକଟରେ ଜଳିଯାଉଥିଲେ ମାଆ ଓ ଝିଅ। ଉଦ୍ଧାର କରିବାକୁ କେହି ବି ସାହସ ଜୁଟାଇ ପାରିନଥିଲେ। […]

nabarangpur murder mystri, husband arrest

Rakesh Mallick
  • Published: Thursday, 18 January 2018
  • , Updated: 18 January 2018, 09:56 PM IST

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ଜହ୍ଲାଦ ସ୍ୱାମୀଙ୍କ କଳଙ୍କିତ କାହାଣୀ। ଚାରି ଚାରି ଜଣ ପତ୍ନୀଙ୍କୁ ନିର୍ଯାତନା ପରେ ପଞ୍ଚମ ପତ୍ନୀକୁ ଜାଳିପୋଡ଼ି ମାରିଦେଇଥିବା ଅଭିଯୋଗ ଆସିଛି ଦୁର୍ଦ୍ଦାନ୍ତ ସ୍ୱାମୀଙ୍କ ବିରୋଧରେ। କଅଁଳ ଝିଅଟି ମଧ୍ୟ ଏଥିରୁ ବାଦ୍ ପଡ଼ିନି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନିକଟ ଚିରିମା ଗାଁର ଏହି ବିଭତ୍ସ କାଣ୍ଡ ଘଟିଛି।

ଆଜି ସକାଳ ପ୍ରାୟ ସାଢ଼େ ୬ଟା। ଘର ନିକଟରେ ଜଳିଯାଉଥିଲେ ମାଆ ଓ ଝିଅ। ଉଦ୍ଧାର କରିବାକୁ କେହି ବି ସାହସ ଜୁଟାଇ ପାରିନଥିଲେ। ଶେଷରେ ଜଳିପୋଡ଼ି ପାଉଁଶ ହୋଇଗଲେ ଉଭୟେ। ଏଭଳି ହୃଦୟ ବିଦାରକ ଘଟଣାରେ ସିଧାସଳଖ ଅଭିଯୋଗ ଆସିଛି ମୃତ ମହିଳାଙ୍କ ସ୍ୱାମୀ ଟଙ୍କଧର ଭତ୍ରାଙ୍କ ବିରୋଧରେ।

ଟଙ୍କଧର ଭତ୍ରା ହେଉଛନ୍ତି କରିତକର୍ମା ସ୍ୱାମୀ। ପୂର୍ବରୁ ୪ ଜଣ ମହିଳାଙ୍କୁ ବିବାହ କରିଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ନିର୍ଯାତନା ସହିନପାରି ବାପ ଘରକୁ ଚାଲି ଯାଇଛନ୍ତି। ପଞ୍ଚମ ପତ୍ନୀ ହୋଇଥିଲେ ଲିଳାବତୀ। ଆଜି ସେ ନିଆଁରେ ଜଳି ପାଉଁଶ ହୋଇଯାଇଛନ୍ତି। ଯାହାଙ୍କୁ ପରକୀୟା ସମ୍ପର୍କ ଅଭିଯୋଗ ଆଣି ନିର୍ଯାତନା ଦେଉଥିଲା ଟଙ୍କଧର। ଏହି ସମ୍ପର୍କିତ ମାମଲା ମଧ୍ୟ ଥାନାରେ ରୁଜୁ ହୋଇଛି। ଆଜି ଟଙ୍କଧର, ପତ୍ନୀ ଓ ଝିଅକୁ କିରୋସିନି ଢ଼ାଳି ନିଆଁ ଲଗାଇ ପୋଡି ହତ୍ୟା କରାଯାଇଥିବା ଆଶଙ୍କା କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ଅଭିଯୁକ୍ତ ଟଙ୍କଧରକୁ ନିଜ ହେପାଜତକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

Related story