୩ ସାଇବର ଠକଙ୍କୁ ବାନ୍ଧିଲା ପୁଲିସ୍‌

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ପୁଲିସକୁ ମିଳିଛି ବଡ଼ ସଫଳତା। ବିଭିନ୍ନ ସମୟରେ ଫୋନ୍‌ କରି ଲୋକଙ୍କୁ ଠକୁଥିବା ୩ ସାଇବର ଠକଙ୍କୁ ଗିରଫ କରିଛି ପୁଲିସ୍‌। ମାଷ୍ଟରମାଇଣ୍ଡକୁ ମଧ୍ୟ ପୁଲିସ ବାନ୍ଧିଛି। ନବରଙ୍ଗପୁର ଟାଉନ୍‌ର ପି.ଉମାମହେଶ୍ୱର ରାଓ ସାଇବ ଠକଙ୍କ ଜାଲରେ ଫସାଇ ଯାଇଥିଲେ। ସାଇବର ଠକମାନେ ଫୋନ୍‌ କରି ତାଙ୍କଠାରୁ ୩୨ ହଜାର ଟଙ୍କା ଠକି ନେଇଥିଲେ। ଗତ ୬ ତାରିଖରେ ଶ୍ରୀ ରାଓ ଏନେଇ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ […]

Loot

Loot

Manoranjan Sial
  • Published: Wednesday, 10 August 2022
  • Updated: 10 August 2022, 06:27 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ପୁଲିସକୁ ମିଳିଛି ବଡ଼ ସଫଳତା। ବିଭିନ୍ନ ସମୟରେ ଫୋନ୍‌ କରି ଲୋକଙ୍କୁ ଠକୁଥିବା ୩ ସାଇବର ଠକଙ୍କୁ ଗିରଫ କରିଛି ପୁଲିସ୍‌। ମାଷ୍ଟରମାଇଣ୍ଡକୁ ମଧ୍ୟ ପୁଲିସ ବାନ୍ଧିଛି।

ନବରଙ୍ଗପୁର ଟାଉନ୍‌ର ପି.ଉମାମହେଶ୍ୱର ରାଓ ସାଇବ ଠକଙ୍କ ଜାଲରେ ଫସାଇ ଯାଇଥିଲେ। ସାଇବର ଠକମାନେ ଫୋନ୍‌ କରି ତାଙ୍କଠାରୁ ୩୨ ହଜାର ଟଙ୍କା ଠକି ନେଇଥିଲେ। ଗତ ୬ ତାରିଖରେ ଶ୍ରୀ ରାଓ ଏନେଇ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମାମଲାର ତଦନ୍ତ ପାଇଁ ନବରଙ୍ଗପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ପୁଲିସ ପ୍ରଥମେ ଫୋନ୍‌ କଲ୍‌ ଆସିଥିବା ନମ୍ୱରକୁ ଟ୍ରାକ୍‌ କରିଥିଲା। ମୋବାଇଲ୍‌ ନମ୍ୱର ଟ୍ରାକିଂ ବେଳେ ତିନି ଅଭିଯୁକ୍ତଙ୍କୁ ନୟାଗଡରୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ।

ଗିରଫ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ଅମୀୟ କୁମାର ପ୍ରଧାନ। ତାଙ୍କର ସହଯୋଗି ହେଉଛନ୍ତି ସୋରଡାର  କାର୍ତ୍ତିକ ରାଉତରାୟ ଓ ଶିଖରପୁର ଅଞ୍ଚଳର ଶ୍ରୀଧର ବରାଡ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ୬ଟି ସିମ୍‌କାର୍ଡ, ୬ଟି ମୋବାଇଲ ଫୋନ, ୩ଟି ଏଟିଏମ କାର୍ଡ, ଗୋଟିଏ ପାନ କାର୍ଡ, ୩ଟି ଆଧାର କାର୍ଡ ଓ ୫୨ ହଜାର ଜବତ କରିଛି ନବରଙ୍ଗପୁର ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos