ଅଭିଯୋଗ ପ୍ରକୋଷ୍ଠରେ ଦଳୀୟ କର୍ମୀଙ୍କୁ ଭୋଜି ଦେଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହେବା ପରେ ଆଜି ଦଳୀୟ ନେତା ଓ କର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭୋଜିର ଆୟୋଜନ କରିଥିଲେ । ପଦ୍ମପୁର ଉପନିର୍ବାଚନରେ ଦଳ ପାଇଁ କାର୍ଯ୍ୟ କରିଥିବା ରାଜ୍ୟସ୍ତରୀୟ ନେତାମାନଙ୍କୁ ଆପ୍ୟାୟିତ କରାଯାଇଥିବା ଜଣାପଡ଼ିଛି । ଏହାସହିତ ପଦ୍ମପୁରବାସୀଙ୍କୁ ବିଜେଡି ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା […]

Bhoji

Bhoji

Ordigital Desk
  • Published: Thursday, 15 December 2022
  • Updated: 15 December 2022, 08:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହେବା ପରେ ଆଜି ଦଳୀୟ ନେତା ଓ କର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭୋଜିର ଆୟୋଜନ କରିଥିଲେ । ପଦ୍ମପୁର ଉପନିର୍ବାଚନରେ ଦଳ ପାଇଁ କାର୍ଯ୍ୟ କରିଥିବା ରାଜ୍ୟସ୍ତରୀୟ ନେତାମାନଙ୍କୁ ଆପ୍ୟାୟିତ କରାଯାଇଥିବା ଜଣାପଡ଼ିଛି । ଏହାସହିତ ପଦ୍ମପୁରବାସୀଙ୍କୁ ବିଜେଡି ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଓ ସେମାନଙ୍କୁ କୃତଜ୍ଞତା ଜଣାଇବାକୁ ନବୀନ ଖୁବଶୀଘ୍ର ପଦ୍ମପୁର ଯିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ନବୀନ ନିବାସରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ ଓ ନବ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ପଦ୍ମପୁର ଉପନିର୍ବାଚନ ଫଳାଫଳର ସମୀକ୍ଷା ହୋଇଛି । ପଦ୍ମପୁର ଉପନିର୍ବାଚନରେ ଦାୟିତ୍ୱରେ ଥିବା ଜୋନୱାରି ନେତାମାନଙ୍କୁ ଡାକି ଫଳାଫଳର ସମୀକ୍ଷା କରାଯିବା ପରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳୀୟ ନେତାମାନଙ୍କ ସାମୁହିକ ପ୍ରୟାସ ଯୋଗୁ ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ସଫଳତା ମିଳିଛି ବୋଲି କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେ ଖୁବଶୀଘ୍ର ପଦ୍ମପୁର ଗସ୍ତରେ ଯିବେ ବୋଲି ମଧ୍ୟ ଦଳୀୟ ନେତାମାନଙ୍କୁ ସୂଚନା ଦେଇଥିଲେ । ଏହାପରେ ନବୀନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଭୋଜିରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଦଳୀୟ ନେତା ଓ କର୍ମୀମାନେ ସାମିଲ ହୋଇଥିବା ଜଣାପଡ଼ିଛି ।

ଏହି ସମସ୍ତ କାର୍ଯ୍ୟକ୍ରମରେ ପଦ୍ମପୁରର ନବନିର୍ବାଚିତା ବିଧାୟିକା ବର୍ଷା ସିଂ ବରିହା ଅନୁପସ୍ଥିତ ଥିବାବେଳେ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ମହେନ୍ଦ୍ର ବଢ଼େଇ ଉପସ୍ଥିତ ଥିଲେ । କୁଲତା ସମାଜର ପ୍ରତିନିଧିତ୍ୱ କରୁଥିବା ଶ୍ରୀ ବଢ଼େଇ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଓଏଏସ୍ ଚାକିରି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କୁ ‘ମୁଖପାତ୍ର’ ପଦବୀର ଲଲିପପ୍ ଦେଇ ଭଣ୍ଡେଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । ତେବେ ଆଜିର କାର୍ଯ୍ୟକ୍ରମକୁ ନେଇ ବିଜେଡି ନେତା ଓ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଖୁବଶୀଘ୍ର ନିଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବିଜେଡି ଦ୍ୱାରା ଦଳୀୟ କାର୍ଯ୍ୟାଳୟ ଭାବେ ଉପଯୋଗ କରାଯାଉଥିବା ନେଇ ବାରମ୍ବାର ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଥିଲେ ମଧ୍ୟ ଦଳ ତାକୁ ଗୁରୁତ୍ୱ ଦେଉନି । ଯାହାକି ଆଜି ପୁଣିଥରେ ପ୍ରମାଣିତ ହୋଇଛି ତଥା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭଳି ସରକାରୀ କାର୍ଯ୍ୟାଳୟରେ ଦଳୀୟ ଭୋଜି ଆୟୋଜନ କରିବାକୁ ବିଜେଡି ପଛାଇ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story