ନନ୍ଦନକାନନକୁ ଆସିଲେ ନୂଆ ଅତିଥି: ଦୁଇ ସାବକଙ୍କୁ ଜନ୍ମ ଦେଲା ବାଘୁଣୀ ମେଘା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ବଂଶ ବୃଦ୍ଧି ଯୋଜନା ସଫଳ ହୋଇଛି। ବୁଧବାର ସନ୍ଧ୍ୟାରେ ବାଘୁଣୀ ମେଘା ଦୁଇଟି ଛୁଆ ଜନ୍ମ ଦେଇଛି। ପ୍ରାଣୀ ଉଦ୍ୟାନର ୩୧ ନମ୍ୱର ଖୁଆଡରେ ରହୁଥିବା ମେଘା ଦୁଇଟି ସାବକଙ୍କୁ ଜନ୍ମ ଦେବା ଖବର ମିଳିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସମେତ ବାଘ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ୨୦୧୩ ମସିହାରେ ଚନ୍ଦକା ଜଙ୍ଗଲରୁ ନନ୍ଦନକାନନ ମଧ୍ୟକୁ ପଶିଆସିଥିଲା ମହାବଘ ବାଘ ନନ୍ଦନ। ପରେ  ନନ୍ଦନ ଓ ମେଘାକୁ […]

tiger

Rakesh Mallick
  • Published: Thursday, 21 April 2016
  • , Updated: 21 April 2016, 03:10 AM IST

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ବଂଶ ବୃଦ୍ଧି ଯୋଜନା ସଫଳ ହୋଇଛି। ବୁଧବାର ସନ୍ଧ୍ୟାରେ ବାଘୁଣୀ ମେଘା ଦୁଇଟି ଛୁଆ ଜନ୍ମ ଦେଇଛି। ପ୍ରାଣୀ ଉଦ୍ୟାନର ୩୧ ନମ୍ୱର ଖୁଆଡରେ ରହୁଥିବା ମେଘା ଦୁଇଟି ସାବକଙ୍କୁ ଜନ୍ମ ଦେବା ଖବର ମିଳିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସମେତ ବାଘ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

୨୦୧୩ ମସିହାରେ ଚନ୍ଦକା ଜଙ୍ଗଲରୁ ନନ୍ଦନକାନନ ମଧ୍ୟକୁ ପଶିଆସିଥିଲା ମହାବଘ ବାଘ ନନ୍ଦନ। ପରେ  ନନ୍ଦନ ଓ ମେଘାକୁ ଗୋଟିଏ ଖୁଆଡେରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଏମାନଙ୍କ ବଂଶ ବୃଦ୍ଧି ପାଇଁ ଯୋଜନା କରିଥିଲେ।

Related story