ନଗଡ଼ା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ଗତକାଲି କେନ୍ଦ୍ରୀୟ ଟିମ୍‌ ନଗଡ଼ା ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ଏ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବେ। ପରେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୫ ଜଣିଆ ସ୍ୱତନ୍ତ୍ର ଟିମ୍‌ ଗତକାଲି ନଗଡ଼ା ଯାଇ ପ୍ରକୃତ ସ୍ଥିତି ପରଖିଥିଲେ। ଲୋକମାନେ ସେଠାରେ କେମିତି ରହୁଛନ୍ତି, କ’ଣ ଖାଉଛନ୍ତି, ଅପପୁଷ୍ଟି ରୋକିବାକୁ ସରକାରୀ ସୁବିଧା ପହଞ୍ଚିଛି କି ନାହିଁ […]

nagada

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 12:56 PM IST

ଭୁବନେଶ୍ୱର: ଗତକାଲି କେନ୍ଦ୍ରୀୟ ଟିମ୍‌ ନଗଡ଼ା ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ଏ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବେ। ପରେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୫ ଜଣିଆ ସ୍ୱତନ୍ତ୍ର ଟିମ୍‌ ଗତକାଲି ନଗଡ଼ା ଯାଇ ପ୍ରକୃତ ସ୍ଥିତି ପରଖିଥିଲେ। ଲୋକମାନେ ସେଠାରେ କେମିତି ରହୁଛନ୍ତି, କ’ଣ ଖାଉଛନ୍ତି, ଅପପୁଷ୍ଟି ରୋକିବାକୁ ସରକାରୀ ସୁବିଧା ପହଞ୍ଚିଛି କି ନାହିଁ ସମସ୍ତ ବିଷୟରେ ସିଧାସଳଖ ସ୍ଥାନୀୟ ଲୋକମାନଙ୍କଠାରୁ ପଚାରି ବୁଝିଥିଲେ। ସ୍ଥିତି ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ କେନ୍ଦ୍ରୀୟ ଟିମ୍‌ ପ୍ରଶଂସା କରିଛନ୍ତି। ନଗଡ଼ାରେ ଚିତ୍ର ପରିବର୍ତ୍ତନ ଲାଗି ବିକାଶମୂଳକ ପ୍ରକ୍ରିୟା ତ୍ୱରାନିତ୍ୱ କରିବାକୁ କେନ୍ଦ୍ରୀୟ ଟିମ୍‌ ଗୁରୁତ୍ୱ ଦେଇଛନ୍ତି। ଏହାସହ ଦେଶରେ ନଗଡ଼ା ଭଳି ଅନେକ ଗାଁ ରହିଛି, ସେ ସବୁ ଅଞ୍ଚଳର ବିକାଶ ହେବା ଜରୁରୀ ବୋଲି ଟିମ୍‌ କହିଛି।

Related story