ନାଗାଲାଣ୍ଡରେ ପୁଅ ପାଇଁ ନିର୍ବାଚନ ପ୍ରଚାର କରିଥିବା ବିଜେପିର ଅଭିଯୋଗ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିବାଦରେ ରାଜ୍ୟପାଳ ଡକ୍ଚର ଏସ୍.ସି. ଜମିର। ସାମ୍ବିଧାନିକ ପଦରେ ଥାଇ  ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପ୍ରଚାର କରୁଥିବା ନେଇ ଗୁରୁତର  ଅଭିଯୋଗ ଆଣିଛି ନାଗାଲାଣ୍ଡ ବିଜେପି । ଏମିତିକି ଏନେଇ ସେଠାକାର ମୁଖ୍ୟ  ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଫେରାଦ ହୋଇଛି ଦଳ। ଜାତୀୟ ଗଣମାଧ୍ୟମରେ ଏ  ନେଇ ଖବର ପ୍ରକାଶ ପାଇବା ପରେ ଓଡ଼ିଶାରେ ବି ଜୋର ଧରିଛି  ରାଜନୀତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଦୁର୍ଭାଗ୍ୟଜନକ ବୋଲି  କହିଥିବା ବେଳେ କଂଗ୍ରେସ କହିଛି ଉଚିତ୍ ପ୍ରମାଣ ଦେଖାଇ ଅଭିଯୋଗ କରାଯାଉ।

ସୂଚନାଯୋଗ୍ୟ,  ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି  ଓଡ଼ିଶା ରାଜ୍ୟପାଳ ଜାମିର।  ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହେବାପରେ ବିଜେପି ଜାମିରଙ୍କୁ ଘେରିଛି। ଓଡ଼ିଶାରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଧରିଛି।  ରାଜ୍ୟପାଳ ଡକ୍ଚର ଜମିର ସେଠାରେ କଂଗ୍ରେସ ଓ NPF ମେଣ୍ଟ ସପକ୍ଷରେ ପ୍ରଚାର କରୁଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଛି ନାଗାଲାଣ୍ଡ ବିଜେପି ।  ସାମ୍ବାଧାନିକ ପଦରେ ଥାଇ ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟକୁ  ଦୁର୍ଭାଗ୍ୟଜନକ ଦର୍ଶାଇବା ସହ ନିର୍ବାଚନ କମିଶନ ଉଚିତ୍ ପଦକ୍ଷେପ ନେବେ  ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜେପିକୁ ତୀବ୍ର ନିନ୍ଦା  କରି ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଯଦି ରାଜ୍ୟପାଳଙ୍କ  ବିରୋଧରେ ପ୍ରମାଣ ଅଛି, ତେବେ କେନ୍ଦ୍ର ସରକାରଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

ଗତ ୯ ତାରିଖରୁ ଆସନ୍ତା ୧୮ ଯାଏଁ ନାଗାଲାଣ୍ଡ ଗସ୍ତରେ ଅଛନ୍ତି  ଓଡ଼ିଶା ରାଜ୍ୟପାଳ। ଏବେ ସେ ମକକ୍ଚୁଙ୍ଗ୍ ଜିଲ୍ଲାରେ  ଅଛନ୍ତି । ଯେଉଁ ମକକଚୁଙ୍ଗ ବିଧାନସଭା ଆସନରୁ ରାଜ୍ୟପାଳଙ୍କ ପୁଅ ସି  ଆପୋକ୍ ଜମିର ନାଗାଲାଣ୍ଡ ପିପୁଲ୍ସ ଫ୍ରଣ୍ଟ-NPF ଟିକେଟରେ ନିର୍ବାଚନ  ଲଢୁଛନ୍ତି । ଆସନ୍ତା ୨୭ ତାରିଖରେ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ  ହେବ।  ସମ୍ବିଧାନ ବିଶେଷଜ୍ଞ ମତରେ, ଓଡ଼ିଶା ରାଜ୍ୟପାଳ ହୋଇଥିଲେ ବି ଏସ୍. ସି  ଜମିର ପ୍ରଥମେ ନାଗାଲାଣ୍ଡ ଅଧିବାସୀ । ତେଣୁ ସେ ସେଠାକାର ବିଧାନସଭା  ନିର୍ବାଚନରେ ଭୋଟ୍ ଦେଇ ପାରିବେ । ଏମିତିକି ତାଙ୍କ ପୁଅଙ୍କୁ ମଧ୍ୟ ଭୋଟ୍  ଦେଇ ପାରିବେ । ତାଛଡ଼ା ତାଙ୍କ ଘରେ ନିର୍ବାଚନ ସମ୍ପର୍କିତ ଆଲୋଚନା  ହେଉଥିବାବେଳେ ସେଠାରେ ସେ ଉପସ୍ଥିତ ରହିବାରେ କୌଣସି ଅସୁବିଧା  ନାହିଁ।

Ordigital Desk
• Published: Friday, 16 February 2018
• Updated: 16 February 2018, 10:39 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos