- Videos
- Odisha
- ନାଗାଲାଣ୍ଡରେ ପୁଅ ପାଇଁ ନିର୍ବାଚନ ପ୍ରଚାର କରିଥିବା ବିଜେପିର ଅଭିଯୋଗ
ନାଗାଲାଣ୍ଡରେ ପୁଅ ପାଇଁ ନିର୍ବାଚନ ପ୍ରଚାର କରିଥିବା ବିଜେପିର ଅଭିଯୋଗ
- Published: Friday, 16 February 2018
- , Updated: 16 February 2018, 10:39 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିବାଦରେ ରାଜ୍ୟପାଳ ଡକ୍ଚର ଏସ୍.ସି. ଜମିର। ସାମ୍ବିଧାନିକ ପଦରେ ଥାଇ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପ୍ରଚାର କରୁଥିବା ନେଇ ଗୁରୁତର ଅଭିଯୋଗ ଆଣିଛି ନାଗାଲାଣ୍ଡ ବିଜେପି । ଏମିତିକି ଏନେଇ ସେଠାକାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଫେରାଦ ହୋଇଛି ଦଳ। ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବା ପରେ ଓଡ଼ିଶାରେ ବି ଜୋର ଧରିଛି ରାଜନୀତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଥିବା ବେଳେ କଂଗ୍ରେସ କହିଛି ଉଚିତ୍ ପ୍ରମାଣ ଦେଖାଇ ଅଭିଯୋଗ କରାଯାଉ।</p>
<p>ସୂଚନାଯୋଗ୍ୟ, ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି ଓଡ଼ିଶା ରାଜ୍ୟପାଳ ଜାମିର। ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହେବାପରେ ବିଜେପି ଜାମିରଙ୍କୁ ଘେରିଛି। ଓଡ଼ିଶାରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଧରିଛି। ରାଜ୍ୟପାଳ ଡକ୍ଚର ଜମିର ସେଠାରେ କଂଗ୍ରେସ ଓ NPF ମେଣ୍ଟ ସପକ୍ଷରେ ପ୍ରଚାର କରୁଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଛି ନାଗାଲାଣ୍ଡ ବିଜେପି । ସାମ୍ବାଧାନିକ ପଦରେ ଥାଇ ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟକୁ ଦୁର୍ଭାଗ୍ୟଜନକ ଦର୍ଶାଇବା ସହ ନିର୍ବାଚନ କମିଶନ ଉଚିତ୍ ପଦକ୍ଷେପ ନେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜେପିକୁ ତୀବ୍ର ନିନ୍ଦା କରି ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଯଦି ରାଜ୍ୟପାଳଙ୍କ ବିରୋଧରେ ପ୍ରମାଣ ଅଛି, ତେବେ କେନ୍ଦ୍ର ସରକାରଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।</p>
<p>ଗତ ୯ ତାରିଖରୁ ଆସନ୍ତା ୧୮ ଯାଏଁ ନାଗାଲାଣ୍ଡ ଗସ୍ତରେ ଅଛନ୍ତି ଓଡ଼ିଶା ରାଜ୍ୟପାଳ। ଏବେ ସେ ମକକ୍ଚୁଙ୍ଗ୍ ଜିଲ୍ଲାରେ ଅଛନ୍ତି । ଯେଉଁ ମକକଚୁଙ୍ଗ ବିଧାନସଭା ଆସନରୁ ରାଜ୍ୟପାଳଙ୍କ ପୁଅ ସି ଆପୋକ୍ ଜମିର ନାଗାଲାଣ୍ଡ ପିପୁଲ୍ସ ଫ୍ରଣ୍ଟ-NPF ଟିକେଟରେ ନିର୍ବାଚନ ଲଢୁଛନ୍ତି । ଆସନ୍ତା ୨୭ ତାରିଖରେ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ହେବ। ସମ୍ବିଧାନ ବିଶେଷଜ୍ଞ ମତରେ, ଓଡ଼ିଶା ରାଜ୍ୟପାଳ ହୋଇଥିଲେ ବି ଏସ୍. ସି ଜମିର ପ୍ରଥମେ ନାଗାଲାଣ୍ଡ ଅଧିବାସୀ । ତେଣୁ ସେ ସେଠାକାର ବିଧାନସଭା ନିର୍ବାଚନରେ ଭୋଟ୍ ଦେଇ ପାରିବେ । ଏମିତିକି ତାଙ୍କ ପୁଅଙ୍କୁ ମଧ୍ୟ ଭୋଟ୍ ଦେଇ ପାରିବେ । ତାଛଡ଼ା ତାଙ୍କ ଘରେ ନିର୍ବାଚନ ସମ୍ପର୍କିତ ଆଲୋଚନା ହେଉଥିବାବେଳେ ସେଠାରେ ସେ ଉପସ୍ଥିତ ରହିବାରେ କୌଣସି ଅସୁବିଧା ନାହିଁ।</p>