ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ନାଗାଜୁର୍ନ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଅନନ୍ୟ ଦର୍ଶନ ଦେବେ ଚତୁର୍ଦ୍ଦାମୂର୍ତ୍ତି। ୨୬ ବର୍ଷ ପରେ ମହାପ୍ରଭୁଙ୍କର ଏହି ବେଶ ହେବ। ଏଥିପାଇଁ ବେଶ୍ ଉତ୍ସାହିତ ଭକ୍ତ ଓ ସେବାୟତ। ଆସନ୍ତା ନଭେମ୍ବର ୨୭ ତାରିଖ ରତ୍ନତ୍ସିଂହାସନରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତୀ। ସୋଲ, କନା, ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, କଟାରି, ବାଘଛାଲ, ବାଘନଖିମାଳି, ହରିଡା ମାଳି ଓ ଶ୍ରୀଜଗନ୍ନାଥଙ୍କ ହସ୍ତରେ ଶଙ୍ଖ, ଚକ୍ର ଓ […]

nagarjuna-basa

Manoranjan Sial
  • Published: Monday, 06 January 2020
  • , Updated: 06 January 2020, 06:49 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ନାଗାଜୁର୍ନ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଅନନ୍ୟ ଦର୍ଶନ ଦେବେ ଚତୁର୍ଦ୍ଦାମୂର୍ତ୍ତି। ୨୬ ବର୍ଷ ପରେ ମହାପ୍ରଭୁଙ୍କର ଏହି ବେଶ ହେବ। ଏଥିପାଇଁ ବେଶ୍ ଉତ୍ସାହିତ ଭକ୍ତ ଓ ସେବାୟତ।

ଆସନ୍ତା ନଭେମ୍ବର ୨୭ ତାରିଖ ରତ୍ନତ୍ସିଂହାସନରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତୀ। ସୋଲ, କନା, ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, କଟାରି, ବାଘଛାଲ, ବାଘନଖିମାଳି, ହରିଡା ମାଳି ଓ ଶ୍ରୀଜଗନ୍ନାଥଙ୍କ ହସ୍ତରେ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ରଙ୍କ ହସ୍ତରେ ହଳ ମୂଷଳ ଧାରଣ କରି ବୀର ବେଶରେ ସଜ୍ଜିତ ହେବେ ମହାପ୍ରଭୁ। ଅବକାଶ ନୀତି ପରେ ଶ୍ରୀମନ୍ଦିର ସେବାୟତମାନଙ୍କ ମଧ୍ୟରୁ ଭିତରଛୁ ମହାପାତ୍ର, ତଳିଛ ମହାପାତ୍ର ଓ ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ଏହି ବେଶ କରାଇଥାନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପଞ୍ଚୁକର ଯେଉଁ ତିଥିରେ ମଳ ରହେ, ସେହି ମଳ ତିଥିରେ ଠାକୁର ନାଗାର୍ଜୁନ ବେଶରେ ବିଭୂଷିତ ହୋଇଥାନ୍ତି।

ଶେଷ ଥର ପାଇଁ ଏହି ବେଶ ୧୯୯୩ ଓ ୧୯୯୪ ମସିହାରେ ହୋଇଥିଲା। ତେବେ ଶୃଙ୍ଖଳିତ ଦର୍ଶନ, ବିଭିନ୍ନ ନୀତି ଓ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପରିଚାଳନା କମିଟି ବୈଠକରେ ମୌଖିକ ଭାବେ ଏନେଇ ଆଲୋଚନା କରାଯାଇଛି। ସେପଟେ ଯଦିଓ କ୍ୟାଲେଣ୍ଡରେ ନାଗାର୍ଜୁନ ବେଶ ବାହାରିଛି ଓ ପାଞ୍ଜି ବାହାରିନାହିଁ। ତଥାପି ବ୍ୟାପକ ପ୍ରସ୍ତୃତି କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି।

Related story