ଚଳିତବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ: ଶ୍ରୀମନ୍ଦିର ନୀତି ପ୍ରଶାସକ

ପୁରୀ (ଓଡ଼ିଶା ରିପୋର୍ଟର): ସମସ୍ତ ବିବାଦର ଅବସାନ ଘଟିଛି। ଚଳିତ ବର୍ଷ ପଡୁନାହିଁ ମହାପ୍ରଭୁଙ୍କ ନଗାର୍ଜୁନ ବେଶ। ଏହା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ। ମୁକ୍ତି ମଣ୍ଡପ ସଦସ୍ୟ ଓ ପାଞ୍ଜିକାରଙ୍କ ଗଣନା ଅନୁଯାୟୀ, ଚଳିତବର୍ଷ ନଭେମ୍ବର ମାସରେ ନଗାର୍ଜୁନ ବେଶ ପଡୁନାହିଁ। କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ୍‌ରେ ଏଭଳି ତଥ୍ୟ ଦେଇଛନ୍ତି। ଏଭଳି ବିଭ୍ରାନ୍ତି କର ତଥ୍ୟ ଦେଉଥିବା ପାଞ୍ଜିକାରଙ୍କ ବିରୋଧରେ […]

nagarjuna-basa

nagarjuna-basa

Manoranjan Sial
  • Published: Tuesday, 09 February 2021
  • Updated: 09 February 2021, 08:25 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ସମସ୍ତ ବିବାଦର ଅବସାନ ଘଟିଛି। ଚଳିତ ବର୍ଷ ପଡୁନାହିଁ ମହାପ୍ରଭୁଙ୍କ ନଗାର୍ଜୁନ ବେଶ। ଏହା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ।

ମୁକ୍ତି ମଣ୍ଡପ ସଦସ୍ୟ ଓ ପାଞ୍ଜିକାରଙ୍କ ଗଣନା ଅନୁଯାୟୀ, ଚଳିତବର୍ଷ ନଭେମ୍ବର ମାସରେ ନଗାର୍ଜୁନ ବେଶ ପଡୁନାହିଁ। କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ୍‌ରେ ଏଭଳି ତଥ୍ୟ ଦେଇଛନ୍ତି। ଏଭଳି ବିଭ୍ରାନ୍ତି କର ତଥ୍ୟ ଦେଉଥିବା ପାଞ୍ଜିକାରଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଦସ୍ୟମାନେ ମତ ଦେଇଛନ୍ତି। ଚଳିତବର୍ଷ ଶ୍ରୀମନ୍ଦିର ପାଳନ ହେବାକୁ ଥିବା ବିଭିନ୍ନ ପର୍ବ ପର୍ବାଣୀକୁ ଅନୁମୋଦନ ନେଇ ହୋଇଥିବା ବୈଠକ ପରେ ଏହି ମତ ପ୍ରକାଶ ପାଇଛି। ସେହିପରି କୋହିନୁର ଓ ରାଧାରମଣ ପଞ୍ଜିକା ଗଣନାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକୃତି ଦେଇଛି। ଉକ୍ତ ପଞ୍ଜିକାରେ ପ୍ରକାଶିତ ସମସ୍ତ ପର୍ବ ପର୍ବାଣୀ ଶ୍ରୀମନ୍ଦିରରେ ପାଳନ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି।

ଅଭିଯୋଗରୁ ପ୍ରକାଶ, ଗତବର୍ଷ ପରି ଚଳିତବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ପଡ଼ୁଛି ବୋଲି କେତେକ କ୍ୟାଲେଣ୍ଡର ଓ ପଞ୍ଜିକାରେ ପ୍ରକାଶ ପାଇଥିଲା। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଥିଲା। ଗତବର୍ଷ ଦେଖି ନପାରିଲେ କଣ ହେଲା, ଚଳିତବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସ୍ୱଚକ୍ଷୁରେ ଦେଖିପାରିବେ ବୋଲି ଭକ୍ତ ଭାବିଥିଲା। ଦୀର୍ଘ ଦିନ ଧରି ଚାଲିଥିବା ଏହି କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଚଳିତବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡ଼ୁନଥିବା ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି।

ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଗତବର୍ଷ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇଥିଲେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ମହାବାହୁ ସଜେଇ ହୋଇଥିଲେ। ଗତ ବର୍ଷ ପଞ୍ଚୁକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ପ୍ରସ୍ତୁତି ହୋଇଥିଲା। କିନ୍ତୁ କରୋନା କଟକଣା ଯୋଗୁଁ ଭକ୍ତମାନେ ଏହି ଦୁର୍ଲଭ ବେଶ ଦେଖିବାରୁ ବଞ୍ଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story