ନଭେମ୍ୱର ୨୭ରେ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଚଳିତବର୍ଷ ହେବ ନାଗାର୍ଜୁନ ବେଶ। ନଭେମ୍ୱର ୨୭ ତାରିଖରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କର ଏହି ବେଶ ହେବ। ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର। ମହାମାରୀ କରୋନା ସମୟରେ ଶ୍ରୀମନ୍ଦିର ଖୋଲିବ ନା ନାହିଁ। ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ତେବେ ଏନେଇ ଆଜି ହୋଇଥିଲା ଭର୍ଚୁଆଲ୍‌ ବୈଠକ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତ […]

jagannath-temple

jagannath-temple

Manoranjan Sial
  • Published: Friday, 09 October 2020
  • Updated: 09 October 2020, 04:45 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଚଳିତବର୍ଷ ହେବ ନାଗାର୍ଜୁନ ବେଶ। ନଭେମ୍ୱର ୨୭ ତାରିଖରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କର ଏହି ବେଶ ହେବ। ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର।

ମହାମାରୀ କରୋନା ସମୟରେ ଶ୍ରୀମନ୍ଦିର ଖୋଲିବ ନା ନାହିଁ। ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ତେବେ ଏନେଇ ଆଜି ହୋଇଥିଲା ଭର୍ଚୁଆଲ୍‌ ବୈଠକ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତ ଓ ବିଭିନ୍ନ ନିଯୋଗର ସଦସ୍ୟମାନେ ଯୋଗଦେଇ ଶ୍ରୀମନ୍ଦିର ଖୋଲିବା ଉପରେ ଆଲୋଚନା କରିଥିଲେ।

ତେବେ ଆଲୋଚନା ବେଳେ ବିଭିନ୍ନ ନିଯୋଗ ଓ ସେବାୟତମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ସେଭିତରେ ଶ୍ରୀମନ୍ଦିର ନଖୋଲିବାକୁ ସେବାୟତମାନେ ପରାମର୍ଶ ଦେଇଛନ୍ତି। କରୋନା ଟିକା ନ ବାହାରିବା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରଖାଯାଉ। ଯଦି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ, ତାହାହେଲେ ସଂକ୍ରମଣ ବୃଦ୍ଧି ପାଇବ ଓ ସେବାପୂଜା ବାଧାପ୍ରାପ୍ତ ହେବ ବୋଲି ସେମାୟତମାନେ କହିଛନ୍ତି।

ମହାପ୍ରଭୁଙ୍କ ନୀତିରେ ଥିବା ସେବାୟତମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର କୋଭିଡ୍‌ ମେଡିସିନ ମଗାଇବାକୁ ସେବାୟତମାନେ ଦାବି କରିଛନ୍ତି। ଉପଯୁକ୍ତ କୋଭିଡ୍ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ମୁଖ୍ୟ ପ୍ରଶାସକଙ୍କୁ ସେବାୟତମାନେ ଅନୁରୋଧ କରିଛନ୍ତି।

କରୋନା ସମୟରେ ସେବାୟତଙ୍କୁ ଦିଆଯାଉଥିବା ସ୍ୱତନ୍ତ୍ର ଅନୁଦାନକୁ ବୃଦ୍ଧି କରାଯାଉ। ତୃତୀୟ କିସ୍ତିରେ ପାଞ୍ଚ ହଜାର ଲେଖାଏଁ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ତେ ପାଇପାରିନାହାନ୍ତି। ସେମାନଙ୍କୁ ତୁରନ୍ତ ଦେବା ପାଇଁ ସେବାୟତମାନେ ଦାବି କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଆର୍ଥିକ ଅନୁଦାନ ପାଇଁ ତ୍ୱରିତ ବ୍ୟବସ୍ଥା କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନଖୋଲିବାକୁ ମଧ୍ୟ ଦାବି ହୋଇଛି। ନାଗାର୍ଜୁନ ବେଶରେ ମଧ୍ୟ ଭକ୍ତଙ୍କ ଦର୍ଶନ ବନ୍ଦ ପାଇଁ ଭର୍ଚୁଅଲ୍‌ ବୈଠକରେ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos