ଅନୁଗୋଳ(ଓଡ଼ିଶା ରିପୋର୍ଟର) ପୁଣି ଥରେ ପାଉଁଶ ପରିଚାଳନା ସମସ୍ୟାକୁ ନେଇ ଅଡୁଆରେ ନାଲକୋ । ନାଲକୋ ପ୍ଲାଣ୍ଟରୁ ବାହାରୁଥିବା ପାଉଁଶ ମିଶା ପାଣି ଅନୁଗୁଳ ନନ୍ଦିରା ଜୋରରେ ମିଶିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ନନ୍ଦିରା ଜଳ ପ୍ରଦୂଷିତ ହେବା ସହ ଏହି ଜୋର ବ୍ରାହ୍ମଣୀରେ ମିଶିଥିବାରୁ ବ୍ରାହ୍ମଣୀ ଜଳ ମଧ୍ୟ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି ।
ନାଲକୋ କର୍ତ୍ତୃପକ୍ଷ କହିଛନ୍ତି ପାଇପ୍ ଲାଇନରୁ ଆସ୍ ଲିକ୍ ହେବା କ୍ଷଣି ଏହାକୁ ବନ୍ଦ କରିଦିଆଯାଇଥିଲା । ଯେଉଁ ଲିକ୍ ହୋଇଛି ଏହା କଂପାନି ପରିସର ମଧ୍ୟରେ ହୋଇଛି । ତେବେ ଏହାକୁ ସଫା କରିବା ବ୍ୟବସ୍ଥା କରାଯାଇଛି । କଂପାନି କର୍ତ୍ତୃପକ୍ଷଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ସ୍ଥାନୀୟ ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ପ୍ରେସ୍ ରିଲିଜ୍ ଜାରି କରି କଂପାନି ଦର୍ଶାଇଛି । ତେବେ ଏହି ଘଟଣାରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀ ଅନୁପ କୁମାର ମଲ୍ଲିକ କହିଛନ୍ତି, ଏନେଇ ଏକ ଟିମ ପଠାଇ ଘଟଣାର ତଦନ୍ତ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।