ଏଣିକି ଦୋକାନ ଓ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ନଥିଲେ ଜରିମାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାମ ଫଳକ ଏବେ ଓଡ଼ିଆରେ ଲେଖାଯିବ। ଏହାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତି ଦୋକାନ ସହ ପ୍ରତିଷ୍ଠାନ ଗୁଡ଼ିକର ନାଁ ଫଳକ ଓଡ଼ିଆରେ ଲେଖିବେ। ନହେଲେ ଜରିମାନା ଦେବାକୁ ପଡ଼ିବ। ପ୍ରଥମ ଥର ଧରାପଡ଼ିଲେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଧରାପଡ଼ିଲେ ୨ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏନେଇ ଆଜି ସଚିବାଳୟରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି […]

name plate in odia language

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 09:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାମ ଫଳକ ଏବେ ଓଡ଼ିଆରେ ଲେଖାଯିବ। ଏହାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତି ଦୋକାନ ସହ ପ୍ରତିଷ୍ଠାନ ଗୁଡ଼ିକର ନାଁ ଫଳକ ଓଡ଼ିଆରେ ଲେଖିବେ। ନହେଲେ ଜରିମାନା ଦେବାକୁ ପଡ଼ିବ। ପ୍ରଥମ ଥର ଧରାପଡ଼ିଲେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଧରାପଡ଼ିଲେ ୨ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏନେଇ ଆଜି ସଚିବାଳୟରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଓଡ଼ିଆ ସରକାରୀ ଭାଷା ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଓଡ଼ିଆ ଭାଷାରେ କାମ କଲେ ପୁରସ୍କାର ମିଳିବ। ନଚେତ୍ ଦଣ୍ଡ ବିଧାନ ହେବ। ଏନେଇ ବିଧାନସଭାରେ ବିଲ୍ ଆସିବ। ତା’ପରେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କାର୍ଯ୍ୟରତ ୧୭୦୦ ଜିପିଟିଏଙ୍କୁ ନିୟମିତ କରାଯିବା ଉପରେ ମଧ୍ୟ ମୋହର ମାରିଛି କ୍ୟାବିନେଟ।

ସେହିପରି ରାଜ୍ୟରେ ଗଠନ ହେବ ୮ ହଜାର ବିଜୁ ଯୁବ ବାହିନୀ। ୬୮୦୦ ପଞ୍ଚାୟତ ଓ ୧୧୩ ସହରାଞ୍ଚଳରେ ବିଜୁ ଯୁବ ବାହିନୀ ଗଠନ କରାଯିବ। ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରୀଙ୍କ ଦୈନିକ ଭତ୍ତା ୧୫୦ ଟଙ୍କାରୁ ୮ଶହ ଟଙ୍କାକୁ ବଢ଼ାଇବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ କ୍ୟାବିନେଟ ମଂଜୁରୀ ମିଳିଛି। ବଡ଼ମ୍ବା ସିଂହନାଥ ପୀଠରୁ ବୈଦେଶ୍ୱରକୁ ସଂଯୋଗ ପାଇଁ ୧୧୦ କୋଟି ଟଙ୍କା ବିନିମୟରେ ଏହି ସେତୁ ନିର୍ମାଣ ହେବ। ରାଜ୍ୟରେ ଥିବା ୭ ହଜାର କଣ୍ଟ୍ରୋଲ ଡିଲରଙ୍କ କାର୍ଯ୍ୟ ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି।

ବିଶ୍ୱବିଦ୍ୟାଳୟ ଆଇନ୍‌ ହେଲ୍‌ଥ ପ୍ରୋଗ୍ରାମ ଅନୁଯାୟୀ, ରାଜ୍ୟର ୫ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ କରାଯିବ। ୧୦ ଲକ୍ଷ ମୋତିଆବିନ୍ଦୁ ରୋଗୀଙ୍କର ଆସନ୍ତା ୩/୪ ବର୍ଷ ମଧ୍ୟରେ ଅପରେସନ୍ କରାଯିବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।

Related story