ରାଜସ୍ଥାନରେ ଅଟକିଛନ୍ତି ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ, ସରକାରଙ୍କ ସହଯୋଗ ଲୋଡ଼ିଲେ ନରସିଂହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ବାହାର ରାଜ୍ୟରେ ଫସି ରହିଥିବା ଶହ ଶହ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ବ୍ୟବସ୍ଥା କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅପିଲ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିବା ସହ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ବିଶେଷକରି ରାଜସ୍ଥାନର କୋଟାରେ ଏଣ୍ଟ୍ରାନ୍ସ କୋଚିଂ ନେବାକୁ ଯାଇ ଲକଡାଉନରେ ଫସି ରହିଥିବା ଶହ […]

congress-leader-narasingha-mishra

Manoranjan Sial
  • Published: Tuesday, 28 April 2020
  • , Updated: 28 April 2020, 09:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ବାହାର ରାଜ୍ୟରେ ଫସି ରହିଥିବା ଶହ ଶହ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ବ୍ୟବସ୍ଥା କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅପିଲ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିବା ସହ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।

ବିଶେଷକରି ରାଜସ୍ଥାନର କୋଟାରେ ଏଣ୍ଟ୍ରାନ୍ସ କୋଚିଂ ନେବାକୁ ଯାଇ ଲକଡାଉନରେ ଫସି ରହିଥିବା ଶହ ଶହତ ଓଡ଼ିଆ ପିଲାଙ୍କୁ ଫେରାଇ ଆଣିବା ପାଇଁ ସେମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଥିଲେ। ରାୟଗଡ଼ା ଜିଲ୍ଲାର ବହୁ ଅଭିଭାବକ ଜିଲ୍ଲାପାଳଙ୍କୁ ଭେଟି ନିବେଦନ ମଧ୍ୟ କରିଥିଲେ। ଏପରିକି ସେମାନଙ୍କ ପରିବାର ସଦସ୍ୟମାନେ ଟ୍ୱିଟ୍ ମାଧ୍ୟମରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସହଯୋଗ ଲୋଡ଼ିଥିଲେ। ଏହାପରେ ଶ୍ରୀ ମିଶ୍ର ଟ୍ୱିଟ୍ ମାଧ୍ୟମରେ କୋଟାରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କୋଟାରେ ଫସିଥିବା ଅନ୍ୟ ରାଜ୍ୟର ପିଲାମାନଙ୍କୁ ସେମାନଙ୍କର ରାଜ୍ୟର ସରକାର ବସ୍ ଯୋଗେ ଫେରାଇ ନେଇଛନ୍ତି। ବିଶେଷକରି ୟୁପି ଓ ଛତିଶଗଡ଼ ସରକାର ବସ୍ ଯୋଗ ପିଲାମାନଙ୍କୁ ନେଇଥିବାବେଳେ କୋଟାରେ ଏବେ ପ୍ରାୟ ୧୨ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଥିବା ଜଣାପଡ଼ିଛି।
କେବଳ କୋଟା ନୁହେଁ, ଦେଶର ଅନ୍ୟାନ୍ୟ ଭାଗରେ ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀମାନେ ଲକଡାଉନ୍ ଯୋଗୁ ଫସି ରହିଛନ୍ତି।

Related story