କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍ ଟୀକାର ଉଭୟ ଡୋଜ୍ ନେଇଥିବା ଶ୍ରୀ ମିଶ୍ର ଆଜି ପୂର୍ବାହ୍ନରେ ତାଙ୍କର କୋଭିଡ୍ ପରୀକ୍ଷା କରିଥିଲେ ଓ ତାଙ୍କ ନମୂନା ପଜେଟିଭ୍ ଆସିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବିଧାୟକ ଶ୍ରୀ ମିଶ୍ର ଏବେ ତାଙ୍କ ବଲାଙ୍ଗୀରସ୍ଥିତ ବାସଭବନରେ ଅଛନ୍ତି ଓ ଆଜି ତାଙ୍କର ପରିବାର ସଦସ୍ୟଙ୍କ ସହ ସେ ନିଜେ କୋଭିଡ୍‌-୧୯ ଟେଷ୍ଟ କରିଥିଲେ। […]

narasingh

narasingh

Manoranjan Sial
  • Published: Wednesday, 21 April 2021
  • Updated: 21 April 2021, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍ ଟୀକାର ଉଭୟ ଡୋଜ୍ ନେଇଥିବା ଶ୍ରୀ ମିଶ୍ର ଆଜି ପୂର୍ବାହ୍ନରେ ତାଙ୍କର କୋଭିଡ୍ ପରୀକ୍ଷା କରିଥିଲେ ଓ ତାଙ୍କ ନମୂନା ପଜେଟିଭ୍ ଆସିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଧାୟକ ଶ୍ରୀ ମିଶ୍ର ଏବେ ତାଙ୍କ ବଲାଙ୍ଗୀରସ୍ଥିତ ବାସଭବନରେ ଅଛନ୍ତି ଓ ଆଜି ତାଙ୍କର ପରିବାର ସଦସ୍ୟଙ୍କ ସହ ସେ ନିଜେ କୋଭିଡ୍‌-୧୯ ଟେଷ୍ଟ କରିଥିଲେ। ତାଙ୍କର ପଜେଟିଭ୍ ଆସିଥିବାବେଳେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ନିଜ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି।

ଶ୍ରୀ ମିଶ୍ର ମଧ୍ୟ ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା ଓ କୋଭିଡ୍ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ୮୧ବର୍ଷୀୟ ଶ୍ରୀ ମିଶ୍ର ମଧୁମେହ, ବ୍ଲଡପ୍ରେସର ଓ ହୃଦରୋଗରେ ପୀଡ଼ିତ ଥିଲେ ମଧ୍ୟ ଏବେ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ଖାଉଥିବା ସୂଚନା ମିଳିଛି। ପ୍ରଥମଥର ପାଇଁ ସେ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

https://twitter.com/NarasinghMishra/status/1384869644528340994?s=20

ଗତ ୧୯ ତାରିଖରେ ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାଏକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ନିଜେ ଟ୍ୱିଟ୍‌ କରି କରିଥିଲେ।

ଆଜି ଓଡ଼ିଶାରେ ୪୮୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮୧୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୦୩୭ ଲୋକାଲ୍‌ କେସ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୫୧୬, ନୂଆପଡ଼ାରୁ ୪୮୬, ବରଗଡ଼ ଜିଲ୍ଲାରୁ ୩୧୮, ଅନୁଗୋଳରୁ ୧୧୧, ବାଲେଶ୍ୱରରୁ ୫୨,  ଭଦ୍ରକରୁ ୭୩, ବଲାଙ୍ଗିରରୁ ୨୨୭, ବୌଦ୍ଧରୁ ୨୨, କଟକରୁ ୩୦୪, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୩୧, ଗଜପତିରୁ ୩୫, ଗଞ୍ଜାମର ୧୫୧, ଜଗତସିଂହପୁରରୁ ୩୯, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୨୯୦, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୧୬୬,  କୋରାପୁଟରୁ ୬୨ ଓ ମାଲକାନଗିରିରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos