‘ଫୋନି’ ପରେ ଅନ୍ଧାରରେ କଟକ ଓ ଭୁବନେଶ୍ୱର, ନାସା ଜାରି କଲା ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବାତ୍ୟା ‘ଫୋନି’ ପରେ ଏବେ ଅନ୍ଧକାର ଭିତରେ ରହିଛି ଟ୍ୱିନ୍ ସିଟି ‘ଭୁବନେଶ୍ୱର ଓ କଟକ’। ତା’ସହିତ ପୂରା ପୁରୀ ଜିଲ୍ଲା ବି ଅନ୍ଧକାରରେ ରହିଛି। ଆଉ ଏହାକୁ ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ କିଛି ଫଟୋ ଜାରି କରାଯାଇଛି। ସ୍ୟାଟେଲାଇଟ୍‌ ଯୋଗେ ଏହି ଫଟୋଗୁଡ଼ିକୁ ଉଠାଯାଇଛି। ଏଥିରେ କଟକ ଓ ଭୁବନେଶ୍ୱରର ରାତିର ଫଟୋ ରହିଛି। ‘ନାସା’ର ଅଫିସିଆଲ୍ ୱେବସାଇଟ୍‌ରେ ଏହି ଫଟୋଗୁଡ଼ିକୁ ସ୍ଥାନିତ କରାଯାଇଛି। […]

nasa1

Subhransu Sekhar
  • Published: Thursday, 09 May 2019
  • , Updated: 09 May 2019, 11:58 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବାତ୍ୟା ‘ଫୋନି’ ପରେ ଏବେ ଅନ୍ଧକାର ଭିତରେ ରହିଛି ଟ୍ୱିନ୍ ସିଟି ‘ଭୁବନେଶ୍ୱର ଓ କଟକ’। ତା’ସହିତ ପୂରା ପୁରୀ ଜିଲ୍ଲା ବି ଅନ୍ଧକାରରେ ରହିଛି। ଆଉ ଏହାକୁ ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ କିଛି ଫଟୋ ଜାରି କରାଯାଇଛି। ସ୍ୟାଟେଲାଇଟ୍‌ ଯୋଗେ ଏହି ଫଟୋଗୁଡ଼ିକୁ ଉଠାଯାଇଛି। ଏଥିରେ କଟକ ଓ ଭୁବନେଶ୍ୱରର ରାତିର ଫଟୋ ରହିଛି।

‘ନାସା’ର ଅଫିସିଆଲ୍ ୱେବସାଇଟ୍‌ରେ ଏହି ଫଟୋଗୁଡ଼ିକୁ ସ୍ଥାନିତ କରାଯାଇଛି। ତା’ସହିତ ‘ନାସା’ ତା’ ଟ୍ୱିଟ୍‌ର ଆକାଉଣ୍ଟରେ ଏହି ଦୁଇ ସହରର ଉଭୟ ବାତ୍ୟା ପୂର୍ବ ଓ ପରର ଚିତ୍ରକୁ ପୋଷ୍ଟ୍‌ କରିଛି ଏବଂ ଏକ ତୁଳନାତ୍ମକ ଚିତ୍ର ଦେବାକୁ ପ୍ରୟାସ କରିଛି।

‘ନାସା’ ଭୁବନେଶ୍ୱରର ଦୁଇଟି ଓ କଟକର ଦୁଇଟି ଫଟୋ ପୋଷ୍ଟ୍‌ କରିଛି। ଭୁବନେଶ୍ୱରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ଏପ୍ରିଲ୍‌ ୩୦ ତାରିଖରେ ଗୋଟିଏ ଫଟୋ ଉଠା ଯାଇଥିବା ବେଳେ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ‘ଫୋନି’ ଯିବା ପରେ ମେ’ ୫ ତାରିଖରେ ଆଉ ଗୋଟିଏ ଫଟୋ ଉଠାଯାଇଛି। ସେହିପରି କଟକର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ଏପ୍ରିଲ୍ ୩୦ ତାରିଖରେ ଗୋଟିଏ ଫଟୋ ଉଠା ଯାଇଥିବା ବେଳେ ମେ’ ୪ ତାରିଖରେ ଅର୍ଥାତ୍‌ ବାତ୍ୟା ପର ଦିନ ସେହି ଅଞ୍ଚଳକୁ ନେଇ ଆଉ ଗୋଟିଏ ଫଟୋ ଉଠାଯାଇଛି।

ସୂଚନାଯୋଗ୍ୟ, ମେ’ ୩ ତାରିଖରେ ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିଥିଲା। ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ବି ଖିନ୍‌ଭିନ୍ ହୋଇଯାଇଛି। ବାତ୍ୟା ଯିବାର ୬ ଦିନ ପରେ ବି ଭୁବନେଶ୍ୱର ଅନ୍ଧାରରେ ରହିଛି। ଯଦିଓ ଗତକାଲି ସୁଦ୍ଧା କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି, ତେବେ ସଂପୂର୍ଣ୍ଣ ସହରକୁ ୧୨ ତାରିଖ ସୁଦ୍ଧା ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ସରକାର କହିଛନ୍ତି।

[caption id="attachment_378356" align="alignnone" width="730"] କଟକର ଏହି ଫଟୋ ନାସା ଜାରି କରିଛି।[/caption]

ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‌ ମରାମତି କାମ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ପୂରା ପୁରୀ ଜିଲ୍ଲାକୁ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ ଆହୁରି ମାସେ ଲାଗିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।

 

 

Related story