ନାସାରେ ସମ୍ମାନିତ ହେଲେ ଓଡ଼ିଆ ଇଂଜିନିୟର ସମୀର ପଣ୍ଡା

ସମ୍ୱଲପୁର: ମଟର ଯାନ ଟାୟାରରେ ଘର୍ଷଣ ଜନିତ ତାପ ହ୍ରାସ କରି ଦୁର୍ଘଟଣାକୁ ରୋକାଯିବା ସହ ଟାୟାରର ଅବଧି ବଢାଇବା ଉପରେ ଏକ ପ୍ରକଳ୍ପ ପ୍ରସ୍ତୁତ କରି ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ନାସା ଦ୍ୱାରା ସମ୍ମାନିତ ହୋଇଛନ୍ତି ସମ୍ୱଲପୁରର ଇଂଜିନିୟର ସମୀର ପଣ୍ଡା। ଗତ ୬ ତାରିଖରେ ସେ ଏହି ସମ୍ମାନ ପାଇଛନ୍ତି।  ଏ ନେଇ ସେ ୭ ତାରିଖରେ ଇ-ମେଲ ଯୋଗେ ଗଣମାଧ୍ୟମକୁ ଜଣାଇଛନ୍ତି। ବୁର୍ଲା ଭିଏସଏସ ୟୁଟିରୁ ମାନୁଫାକ୍ଚରିଂ ଇଂଜିନିୟରିଂ ବିଭାଗରୁ ଶିକ୍ଷା […]

NASA

Rakesh Mallick
  • Published: Sunday, 08 November 2015
  • , Updated: 09 November 2015, 02:37 AM IST

ସମ୍ୱଲପୁର: ମଟର ଯାନ ଟାୟାରରେ ଘର୍ଷଣ ଜନିତ ତାପ ହ୍ରାସ କରି ଦୁର୍ଘଟଣାକୁ ରୋକାଯିବା ସହ ଟାୟାରର ଅବଧି ବଢାଇବା ଉପରେ ଏକ ପ୍ରକଳ୍ପ ପ୍ରସ୍ତୁତ କରି ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ନାସା ଦ୍ୱାରା ସମ୍ମାନିତ ହୋଇଛନ୍ତି ସମ୍ୱଲପୁରର ଇଂଜିନିୟର ସମୀର ପଣ୍ଡା। ଗତ ୬ ତାରିଖରେ ସେ ଏହି ସମ୍ମାନ ପାଇଛନ୍ତି।  ଏ ନେଇ ସେ ୭ ତାରିଖରେ ଇ-ମେଲ ଯୋଗେ ଗଣମାଧ୍ୟମକୁ ଜଣାଇଛନ୍ତି।

ବୁର୍ଲା ଭିଏସଏସ ୟୁଟିରୁ ମାନୁଫାକ୍ଚରିଂ ଇଂଜିନିୟରିଂ ବିଭାଗରୁ ଶିକ୍ଷା ସମାପ୍ତ କଲା ପରେ ଏବେ ପୁଣେରେ ଟାଟା ମୋଟରରେ ଚାକିରି କରୁଛନ୍ତି।  ତାଙ୍କ ବାପା ରସାୟନ ବିଭାଗର ପ୍ରାଧ୍ୟାପକ ଭାବେ ଚାକିରିରୁ ଅବସର ନେଇଛନ୍ତି। ତାଙ୍କ ମା’ଙ୍କ କହିବା କଥା ହେଲା ପିଲାବେଳେ ଅସୁସ୍ଥ ରହୁଥିବା ସମୀର ଶୋଇ ଶୋଇ ବିଭିନ୍ନ ପ୍ରକଳ୍ପର ମଡେଲ ତିଆରି କରୁଥିଲେ।

 

Related story