ପତାକା ଉତ୍ତୋଳନ ବେଳେ ତଳେ ପଡ଼ିଗଲା ତ୍ରିରଙ୍ଗା

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଆଜି ଦେଶ ପାଳନ କରିଛି ୭୦ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏଥିରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ଏଠାରେ ପତାକା ଉତ୍ତୋଳନ ସମୟରେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ମନ୍ତ୍ରୀ ପତାକା ଉତ୍ତୋଳନ କରୁଥିବା ବେଳେ ‘ତ୍ରିରଙ୍ଗା’ଟି ଛିଣ୍ଡି ତଳେ ପଡ଼ି ଯାଇଥିଲା। ଏହି ସମୟରେ ସେଠାରେ ଜିଲ୍ଲାପାଳ ଓ […]

nationalflag

Jitendra Garnayak
  • Published: Saturday, 26 January 2019
  • , Updated: 26 January 2019, 01:35 PM IST

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଆଜି ଦେଶ ପାଳନ କରିଛି ୭୦ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏଥିରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ଏଠାରେ ପତାକା ଉତ୍ତୋଳନ ସମୟରେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ମନ୍ତ୍ରୀ ପତାକା ଉତ୍ତୋଳନ କରୁଥିବା ବେଳେ ‘ତ୍ରିରଙ୍ଗା’ଟି ଛିଣ୍ଡି ତଳେ ପଡ଼ି ଯାଇଥିଲା। ଏହି ସମୟରେ ସେଠାରେ ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ।

ଏ ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ବି ହେଲାଣି। ଏଥିରେ ଦେଖିବାକୁ ମିଳୁଛି ଯେ ମନ୍ତ୍ରୀ ଦଉଡ଼ିକୁ ଟାଣିବା ସତ୍ତ୍ୱେ ପତାକା ଫିଟୁ ନାହିଁ। ତାଙ୍କ ସହିତ ଉପସ୍ଥିତ ଜଣେ ପୁଲିସ୍ କର୍ମଚାରୀ ଦଉଡ଼ିକୁ ଜୋରରେ ଟାଣିବାକୁ ପତାକା ସିଧା ଆସି ତଳେ ପଡ଼ିଥିଲା।

ଏହାକୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କ କହିବା ମୁତାବକ ଏସବୁ କଥାରେ ଯଥେଷ୍ଟ ଯତ୍ନବାନ ହେବା ଉଚିତ୍। ଏପରିକି ଏନେଇ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯିବା ଉଚିତ୍।

Related story