ରାଜନୀତିରେ ସାମ୍ ପିଟ୍ରୋଡା: ନ୍ୟାସନାଲ୍‌ ହେରାଲ୍‌ଡ ଦୁର୍ନୀତି ମାମଲା ପରେ ବିଜେପି କଲା ବହିଷ୍କାର ଦାବି

ଭୁବନେଶ୍ୱର: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସାମ୍ ପିଟ୍ରୋଡା ସମ୍ପୃକ୍ତ ଅଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର ତାଙ୍କୁ ବୈଷୟିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ଏଥିରୁ ଜଣାପଡ଼ୁଛି ସାମ ପିଟ୍ରୋଡା ହେଉଛନ୍ତି କଂଗ୍ରେସ ଓ ବିଜେଡି ଭିତିରି ସମ୍ପର୍କର ସୂତ୍ରଧର। ଏପରି ଅଭିଯୋଗ ବିଜେପି କରିଛି। ଆଜି ଭୁବନେଶ୍ୱରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“୨୦୦୯ରେ ମେଣ୍ଟରୁ ବିଜେପି ବାହାରି ଆସିଲା। ସେହି ସମୟରେ କଂଗ୍ରେସ ନବୀନ ପଟ୍ଟନାୟକଙ୍କୁ […]

Sam-Pitroda_1

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 05:53 PM IST

ଭୁବନେଶ୍ୱର: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସାମ୍ ପିଟ୍ରୋଡା ସମ୍ପୃକ୍ତ ଅଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର ତାଙ୍କୁ ବୈଷୟିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ଏଥିରୁ ଜଣାପଡ଼ୁଛି ସାମ ପିଟ୍ରୋଡା ହେଉଛନ୍ତି କଂଗ୍ରେସ ଓ ବିଜେଡି ଭିତିରି ସମ୍ପର୍କର ସୂତ୍ରଧର। ଏପରି ଅଭିଯୋଗ ବିଜେପି କରିଛି।

ଆଜି ଭୁବନେଶ୍ୱରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“୨୦୦୯ରେ ମେଣ୍ଟରୁ ବିଜେପି ବାହାରି ଆସିଲା। ସେହି ସମୟରେ କଂଗ୍ରେସ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇଲା। ଏପରିକି କଂଗ୍ରେସ ସମର୍ଥନରେ ଓଡ଼ିଶାରେ ସରକାର ଚାଲିଲା। ଏ ସମ୍ପର୍କରେ ସେହି ସମୟରେ ଓଡ଼ିଶା ପିସିସି ସଭାପତିମାନେ କହିଛନ୍ତି।”

ସେ କହିଛନ୍ତି,“ନ୍ୟାସନାଲ ହେରାଲ୍ଡ ଦୁର୍ନୀତିରେ ସାମ ପିଟ୍ରୋଡ଼ା ଫସିଥିବା ସତ୍ତ୍ୱେ ଗତ ଜାନୁଆରୀ ଓ ଫେବୃଆରୀରେ ନବୀନ ବାବୁ ତାଙ୍କୁ ବୈଷୟିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ହେଲେ ସେ ଦାୟିତ୍ୱ ଗ୍ରହଣ କଲା ପରଠାରୁ ଆଜିପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେଇ ନାହାନ୍ତି। ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ।”

Related story