‘ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ମୋ ପୁଅକୁ ମାରିଦେଲେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋ ପୁଅକୁ ହତ୍ୟା କରାଯାଇଛି। ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ତାକୁ ମାରି ଦେଇଛନ୍ତି। ଭଗବାନ ଏପରି ସନ୍ତାନ ବିୟୋଗ ଦୁଃଖ ଆଉ କାହାକୁ ନ ଦିଅନ୍ତୁ। ” ଗତକାଲି ପୁଅର ମୃତଦେହ ଉଦ୍ଧାର ପରେ ଆଜି ନିର୍ଭୟ ଗୁମର କଥା ଜରିଆରେ ଭିଡିଓ ରିଲିଜ୍ କରି ନିଜ ମନର କୋହ ବଖାଣିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସ। ଏଥିସହ ସେ କହିଛନ୍ତି, ରବିବାର ଭୋର ୪ଟା ୧୧ରେ ତାର ଶେଷ ଫୋନ୍ […]

naveen-das-&-son

naveen-das-&-son

Niharika Rout
  • Published: Monday, 11 October 2021
  • Updated: 12 October 2021, 02:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋ ପୁଅକୁ ହତ୍ୟା କରାଯାଇଛି। ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ତାକୁ ମାରି ଦେଇଛନ୍ତି। ଭଗବାନ ଏପରି ସନ୍ତାନ ବିୟୋଗ ଦୁଃଖ ଆଉ କାହାକୁ ନ ଦିଅନ୍ତୁ। ” ଗତକାଲି ପୁଅର ମୃତଦେହ ଉଦ୍ଧାର ପରେ ଆଜି ନିର୍ଭୟ ଗୁମର କଥା ଜରିଆରେ ଭିଡିଓ ରିଲିଜ୍ କରି ନିଜ ମନର କୋହ ବଖାଣିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସ।

ଏଥିସହ ସେ କହିଛନ୍ତି, ରବିବାର ଭୋର ୪ଟା ୧୧ରେ ତାର ଶେଷ ଫୋନ୍ ପାଇଥିଲି । ତାକୁ କିଏ ମାରଧର କରୁଥିବା ମୋତେ ସେ କହୁଥିଲା। ଏହା ଶେଷ ପର୍ଯ୍ୟନ୍ତ ମୋ କାନରେ ଗୁଞ୍ଜରିତ ହେବ ।  ଏହାପରେ ପୁଅ ମୃତ୍ୟୁ ଖବର ପାଇଲି।  ଆଉ ମାସ ପରେ ମୋ ପୁଅ ବାହା ହେବାର ଥିଲା।  ହେଲେ ନିୟତିରେ କିଛି ଅଲଗା ଲେଖାଥିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ନବୀନ।

ଏଥିସହ ଆଇନ୍‌ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଥିବା ବେଳେ ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଫୋନ୍‌ କରି ଅପରାଧୀଙ୍କୁ ଧରିବାକୁ  ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଆଶା କରୁଛି ହତ୍ୟାକାରୀଙ୍କୁ ପୋଲିସ ଖୁବ୍‌ ଶୀଘ୍ର ସାମ୍ନାକୁ ଆଣିବ ବୋଲି ସେ କହିଛନ୍ତି ।

ଏହାବାଦ ମୃତ୍ୟୁ ପୂର୍ବରୁ ମନୀଷ ଇନଫୋସିଟି ଅଞ୍ଚଳରେ ଥିବା ହୋଟେଲ୍ ‘ସାଉଥ ସିଟି’କୁ ଯାଇଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ଏହାପରେ ଅଧିକ ତଦନ୍ତ ପାଇଁ ଏହି ହୋଟେଲକୁ ସିଲ୍ କରିଛି କମିଶନରେଟ୍ ପୋଲିସ । ମୃତ୍ୟୁ ପୂର୍ବରୁ ଉକ୍ତ ହୋଟେଲକୁ ଯାଇଥିବା ମନୀଷ  ବିଳମ୍ବିତ ରାତି ଯାଏଁ ସେଠାରେ ଥିଲେ। ତେଣୁ କିଛି ସୁରାଗ ପାଇବା ଆଶାରେ ପୁଲିସ୍‌ ଉକ୍ତ ହୋଟେଲକୁ ସିଲ୍‌ କରିଛି।

ସୂଚନାଯୋଗ୍ୟ,  ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ମନୀଷ ଅନୁରାଗଙ୍କ ମୃତଦେହ ଗତ କାଲି ଉଦ୍ଧାର ହୋଇଥିଲା।  ଶନିବାର ରାତିରୁ ଅନୁରାଗ ନିଖୋଜ ଥିବା ବେଳେ ରବିବାର ତାଙ୍କର ମୃତଦେହ ଉଦ୍ଧାର ହୋଇଛି।

ପୁଅର ନି‌ଖୋଜ ହେବା ନେଇ ରବିବାର ସକାଳେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ ନବୀନ ଦାସ । ଶ୍ରୀଦାସ ଅଭିଯୋଗ କରିଥିଲେ ଯେ, ଶନିବାର ରାତିରେ ତାଙ୍କ ପୁଅ ମନିଷ ଅନୁରାଗଙ୍କୁ ତାଙ୍କ ଚନ୍ଦ୍ରଶେଖରପୁରସ୍ଥିତ ବାସଭବନରୁ କିଛି ଯୁବକ ନେଇଆସି ମାରପିଟ କରିଥିଲେ। ଏନେଇ ମନିଷ ଫୋନ କରି ସୂଚନା ଦେଇଥିଲେ। ନବୀନ ଦାସ ଦୈନିକ ଓଡ଼ିଆ ‘ନିର୍ଭୟ’ର ସମ୍ପାଦକ ଥିବା ବେଳେ ପୁଅ ମଧ୍ୟ ‘ନିର୍ଭୟ’ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ। ଆସନ୍ତା ମାସରେ ତାଙ୍କର ବାହାଘର ହେବା ନେଇ ସ୍ଥିର ହୋଇଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos