ଡାକ୍ତରଙ୍କ ପାଇଁ ୪ ମାସର ଆଗୁଆ ଦରମା ଦେବାକୁ ଘୋଷଣା କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା ମୁକାବିଲା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ ଦରମା ଦିଆଯିବ। ୪ ମାସର ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଏପ୍ରିଲ, ମେ’, ଜୁନ, ଜୁଲାଇ ମାସର ଦରମା ଏପ୍ରିଲରେ ମିଳିବ। ଆଗୁଆ ଦରମା ଘୋଷଣା ସହ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆପଣମାନଙ୍କ ସେବା ଓ ନିଷ୍ଠାପର କାମର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ଦେଶ ସହ ଆମେ ଆପଣମାନଙ୍କ ସହ […]

medical-1

Tapaswini Nayak
  • Published: Wednesday, 25 March 2020
  • , Updated: 25 March 2020, 04:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା ମୁକାବିଲା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ ଦରମା ଦିଆଯିବ। ୪ ମାସର ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଏପ୍ରିଲ, ମେ’, ଜୁନ, ଜୁଲାଇ ମାସର ଦରମା ଏପ୍ରିଲରେ ମିଳିବ। ଆଗୁଆ ଦରମା ଘୋଷଣା ସହ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆପଣମାନଙ୍କ ସେବା ଓ ନିଷ୍ଠାପର କାମର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏ ଦେଶ ସହ ଆମେ ଆପଣମାନଙ୍କ ସହ ରହିଛୁ। ଆମେ ଆପଣମାନଙ୍କ ସହ ରହିଛୁ, ଆପଣମାନେ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଡାକ୍ତରଙ୍କ ପ୍ରତି ଖରାପ ବ୍ୟବହାର କରୁଥିବା ଲୋକଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତର, ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତୁନି ବୋଲି ନବୀନ ଅନୁରୋଧ କରିଛନ୍ତି । ଯେଉଁମାନେ ଖରାପ ବ୍ୟବହାର କରୁଛନ୍ତି ସେମାନଙ୍କୁ ଛଡ଼ାଯିବନି। ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ କୁହାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story