ବଦଳୁଛି ମିଜାଜ: ସେଲଫି ନେଉଛନ୍ତି ନବୀନ

ଭୁବନେଶ୍ୱର: ବିଜେଡି ମୁଖିଆ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କ ସହ ଭଲରେ ମିଶନ୍ତି ନାହିଁ ବୋଲି ସବୁ ବେଳେ ଅଭିଯୋଗ ହୋଇଆସୁଛି। ଯେଉଁଠିକୁ ବି ଗଲେ ନବୀନ ଅଳ୍ପ ସମୟ ରହିଥାନ୍ତି ଓ ସାଧାରଣ ଲୋକଙ୍କ ସହ କଥା ପଦେ ମଧ୍ୟ ହୋଇ ନଥାନ୍ତି ବୋଲି ବିରୋଧୀ କହିଥାନ୍ତି। ହେଲେ ଏବେ ନବୀନଙ୍କ ମିଜାଜରେ ପରିବର୍ତ୍ତନ ଆସିଛି। ସେ ଆଉ ଆଗ ପରି ଯିବା ଆସିବାରେ ନିଜକୁ ସୀମିତ ରଖି ଲୋକଙ୍କ ସହ ମିଶିବାକୁ […]

naveen

Rakesh Mallick
  • Published: Sunday, 26 March 2017
  • , Updated: 27 March 2017, 09:04 AM IST

ଭୁବନେଶ୍ୱର: ବିଜେଡି ମୁଖିଆ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କ ସହ ଭଲରେ ମିଶନ୍ତି ନାହିଁ ବୋଲି ସବୁ ବେଳେ ଅଭିଯୋଗ ହୋଇଆସୁଛି। ଯେଉଁଠିକୁ ବି ଗଲେ ନବୀନ ଅଳ୍ପ ସମୟ ରହିଥାନ୍ତି ଓ ସାଧାରଣ ଲୋକଙ୍କ ସହ କଥା ପଦେ ମଧ୍ୟ ହୋଇ ନଥାନ୍ତି ବୋଲି ବିରୋଧୀ କହିଥାନ୍ତି। ହେଲେ ଏବେ ନବୀନଙ୍କ ମିଜାଜରେ ପରିବର୍ତ୍ତନ ଆସିଛି। ସେ ଆଉ ଆଗ ପରି ଯିବା ଆସିବାରେ ନିଜକୁ ସୀମିତ ରଖି ଲୋକଙ୍କ ସହ ମିଶିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ନବୀନ ସେଲଫିକୁ ମାଧ୍ୟମ ବନାଇଛନ୍ତି।

ଗତ ୮ ତାରିଖରେ ଭୁବନେଶ୍ୱର ପଲ୍ ହାଇଟ୍‌ସ୍ଥିତ ଅକ୍ସଫେ।ର୍ଡ ବୁକ୍ ଷ୍ଟୋରରେ ବହି କିଣିବା ବେଳେ ନବୀନ ଦୋକାନରେ ଥିବା ଗ୍ରାହକଙ୍କ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଥିଲେ। ଆଜି ପୁଣି ନବୀନ ସେଲଫି ନେଇଛନ୍ତି। ତାହା ପୁଣି ଓୟୁଏଟି ଛାତ୍ରଛାତ୍ରୀଙ୍କ ସହ।

ଆଜି ନବୀନ ଓୟୁଏଟିକୁ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେ ମକା ଗବେଷଣା କେନ୍ଦ୍ର ବୁଲିବା ସହ ଗ୍ରୁପ୍‌ ସହ ଫଟୋ ଉଠାଇଥିଲେ। ଏହି ସମୟରେ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଇଥିଲେ। ଏହି ଅବସରରେ ଛାତ୍ରୀଙ୍କ ଠାରୁ ଉପହାରରେ ନବୀନ ଅର୍ଗାନିକ୍‌ ଛତୁର ଏକ ପ୍ୟାକେଟ୍‌ ଗ୍ରହଣ କରିଥିଲେ। ଯାହାର ସ୍ୱାଦ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନରେ ଆଗରୁ ନେଇଥିବା କହିଛନ୍ତି।

ତେବେ ନବୀନଙ୍କ ଏପରି ସେଲଫିକୁ ନେଇ ଆଉ ଏକ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ପଞ୍ଚାୟତ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ତାଙ୍କ ଆବଭାବରେ ଏପରି ପରିବର୍ତ୍ତନ ହୋଇଥିବା ଆଲୋଚନା ହେଉଛି। ବିଜେପି ୩ ନମ୍ବରରୁ ୨କୁ ଲମ୍ଫ ଦେବା ପରେ ୨୦୧୯ ସାଧାରଣ ନିର୍ବାଚନକୁ ନେଇ ନବୀନ ଚିନ୍ତିତ ହୋଇପଡିଛନ୍ତି। ତେଣୁ ସେ ଏବେ ଲୋକଙ୍କ ସହ ମିଶିବାକୁ ସେଲଫି କୌଶଳ ଆପଣେଇ ଥିବା ଚର୍ଚ୍ଚା ହେଉଛି।

Related story