ପଶ୍ଚିମ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ପ୍ୟାକେଜ୍ ଘୋଷଣା କରି ବିଜେପୁରବାସୀଙ୍କ ସମେତ ପଶ୍ଚିମ ଓଡ଼ିଶାବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କେତେଦିନ ପ୍ରତାରଣା କରିବେ ବୋଲି ବିଜେପି ପ୍ରଶ୍ନ କରିଛି। ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମ ଓଡ଼ିଶାବାସୀଙ୍କ ଅନୁରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ବିଜେପୁର ବିଧାନସଭାରୁ ନିର୍ବାଚନ ଲଢ଼ିଲେ ଓ ଜିତିଲେ। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିିଶା ପ୍ରତି ତାଙ୍କର ଆନ୍ତରିକତା […]

jaynayan-mishra

jaynayan-mishra

Manoranjan Sial
  • Published: Monday, 03 June 2019
  • Updated: 03 June 2019, 08:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ପ୍ୟାକେଜ୍ ଘୋଷଣା କରି ବିଜେପୁରବାସୀଙ୍କ ସମେତ ପଶ୍ଚିମ ଓଡ଼ିଶାବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କେତେଦିନ ପ୍ରତାରଣା କରିବେ ବୋଲି ବିଜେପି ପ୍ରଶ୍ନ କରିଛି।

ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମ ଓଡ଼ିଶାବାସୀଙ୍କ ଅନୁରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ବିଜେପୁର ବିଧାନସଭାରୁ ନିର୍ବାଚନ ଲଢ଼ିଲେ ଓ ଜିତିଲେ। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିିଶା ପ୍ରତି ତାଙ୍କର ଆନ୍ତରିକତା ରହିଛି ଓ ସେଥିପାଇଁ ସେ ଅନେକ ଯୋଜନା କରୁଛନ୍ତି ବୋଲି ନିଜେ ଡିଣ୍ଡିମ ପିଟୁଛନ୍ତି। ମାତ୍ର ଏବେ ସେହି ନବୀନବାବୁ କାହିଁକି ବିଜେପୁରବାସୀଙ୍କୁ ପ୍ରତ୍ୟାଖାନ କଲେ, ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ସେ କହିଛନ୍ତି। ୨୦୧୮ ମସିହା ବିଜେପୁର ଉପନିର୍ବାଚନ, ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ଏବଂ ଆସନ୍ନ ଉପ ନିର୍ବାଚନ ପାଇଁ ପ୍ୟାକେଜ୍ ଘୋଷଣା ନାଁରେ ବିଜେପୁରବାସୀଙ୍କ ସହ ନବୀନବାବୁ ପ୍ରତାରଣା କରିଛନ୍ତି। ଗୋଟିଏ ମଧ୍ୟ ପ୍ରତିଶୃତି ପାଳନ କରାଯାଇ ନାହିଁ। କେବଳ ଗୋଟିଏ ଘୋଷଣାକୁ ବାରମ୍ବାର କହି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କ ସମେତ ସମଗ୍ର ପଶ୍ଚିମାଞ୍ଚଳବାସୀଙ୍କ ଭାବନା ସହ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

ବିଜେପୁର ହେବାକୁ ଥିବା ଉପନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ପଞ୍ଚମ ପାଳିରେ ପ୍ରଥମ ପ୍ରତାରଣା ବୋଲି ସେ କହିଛନ୍ତି। ୨୦୧୮ ମସିହାରେ ବିଜେପୁର ଉପନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ନବୀନବାବୁ ବିଜେପୁର ପାଇଁ ଯାହା ପ୍ୟାକେଜ ଘୋଷଣା କରିଥିଲେ ସେଥିରୁ ଏବେ ଯାଏଁ କେଉଁ ଗୋଟିଏ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ପୂର୍ବରୁ ବାରମ୍ଭାର ମିଥ୍ୟା ପ୍ରତିଶୃତି ଦେଇ ପ୍ରତରଣା କରିବାରେ ମାହିର ଥିବା ନବୀନବାବୁ ନିଜେ ବିଜେପୁରରୁ ଲଢି ଆଉ ମିଥ୍ୟା ପ୍ରତିଶୃତି ଦେଇ ବିଜେପୁରବାସୀଙ୍କୁ ଅପମାନିିତ କରି ଚାଲିଛନ୍ତି। ପୂର୍ବରୁ ଘୋଷଣା କରିଥିବା ଗଙ୍ଗାଧର ମେହର ଜଳ ପ୍ରକଳ୍ପ କୁଆଡ଼େ ଗଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ?

ପଶ୍ଚିମ ଓଡିଶାରେ ତୈଳ ବିଶୋଧନାଗାର, ଆଇଆଇଏମ୍ ଶିକ୍ଷାନୁଷ୍ଠାନ, ବୁର୍ଲାରେ ସୁପରସ୍ପେଶାଲିଟି ହସ୍ପିଟାଲ ଏବଂ ଝାରସୁଗୁଡ଼ାରେ ଏୟାରପୋର୍ଟ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗୋଟିଏ ହେଲେ ବି ଜନହିତକର ପଦକ୍ଷେପ ନେଇନାହାନ୍ତି ଯେଉଁଥିରେ ପଶ୍ଚିମ ଓଡ଼ିିଶାବାସୀ ଖୁସି ହେବେ। କେବଳ ପ୍ୟାକେଜ୍ ଘୋଷଣା କରି ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ପ୍ରତାରଣା କରିବେ? ଆଗାମୀ ଦିନରେ ଏଭଳି ପ୍ରତାରଣାର ଜବାବ୍ ବିଜେପୁରବାସୀ ନିଶ୍ଚିତ ଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।

ସେପଟେ ଜୟନାରାୟଣଙ୍କ ଆରୋପର ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ପ୍ରତ୍ୟାଖ୍ୟାନ ନୁହେଁ, ବିଜେପୁରର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପୁରର ସବୁ କଥା ନିଜେ ପ୍ରତ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ବୁଝିବେ ବୋଲି କହିଛନ୍ତି ନବ ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story