ମୋଦିଙ୍କୁ ଭେଟିଲେ ନବୀନ: କହିଲେ- ସୌଜନ୍ୟମୂଳକ ଥିଲା ସାକ୍ଷାତ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ୨୦ ମିନିଟ ଆଲୋଚନା ହୋଇଥିଲା। ମୋଦିଙ୍କୁ ଭେଟିବା ପରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ନବୀନ କହିଛନ୍ତି।

ସେ ଆହୁରି କହିଛନ୍ତି, “ବିଜୁ ବାବୁଙ୍କ ଜୀବନୀ ସମ୍ପର୍କିତ ବହି ମୋଦିଙ୍କୁ ଭେଟି ଦେଲି। ବିଜୁ ବାବୁଙ୍କ ଜୀବନୀ ସଂପର୍କରେ ଆଲୋଚନା ହେଲା। ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇନାହିଁ।”

ନବୀନ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଥିଲା। ରାଜ୍ୟରେ ବିଜେପି-ବିଜେଡି ଲଢେଇ ଭିତରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ମୋଦିଙ୍କୁ, ନବୀନ ସାକ୍ଷାତ କରିବା ନେଇ ମଧ୍ୟ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ରାଜନୈତିକ ଦୃଷ୍ଟିକୋଣରୁ ଏହି ଭେଟଘାଟ ଅନେକ ଗୁରୁତ୍ୱ ବହନ କରୁଥିବା ବେଳେ ନବୀନଙ୍କ ମନ୍ତବ୍ୟ ଏଥିରେ ପୂର୍ଣ୍ଣେଚ୍ଛେଦ ପକାଇଛି।

Ordigital Desk
• Published: Wednesday, 14 February 2018
• Updated: 14 February 2018, 09:08 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ୨୦ ମିନିଟ ଆଲୋଚନା ହୋଇଥିଲା। ମୋଦିଙ୍କୁ ଭେଟିବା ପରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ନବୀନ କହିଛନ୍ତି।

ସେ ଆହୁରି କହିଛନ୍ତି, “ବିଜୁ ବାବୁଙ୍କ ଜୀବନୀ ସମ୍ପର୍କିତ ବହି ମୋଦିଙ୍କୁ ଭେଟି ଦେଲି। ବିଜୁ ବାବୁଙ୍କ ଜୀବନୀ ସଂପର୍କରେ ଆଲୋଚନା ହେଲା। ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇନାହିଁ।”

ନବୀନ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଥିଲା। ରାଜ୍ୟରେ ବିଜେପି-ବିଜେଡି ଲଢେଇ ଭିତରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ମୋଦିଙ୍କୁ, ନବୀନ ସାକ୍ଷାତ କରିବା ନେଇ ମଧ୍ୟ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ରାଜନୈତିକ ଦୃଷ୍ଟିକୋଣରୁ ଏହି ଭେଟଘାଟ ଅନେକ ଗୁରୁତ୍ୱ ବହନ କରୁଥିବା ବେଳେ ନବୀନଙ୍କ ମନ୍ତବ୍ୟ ଏଥିରେ ପୂର୍ଣ୍ଣେଚ୍ଛେଦ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos