‘ବଡ଼ବଡ଼ିଆଙ୍କ କଳିରେ ମୁଁ ମୋହରା ହେଲି’

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଗତକାଲି ବିଜେଡିରୁ ନିଲମ୍ବିତ ହୋଇଥିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ। ନିନ୍ଦନୀୟ ଆଚରଣ ସମ୍ପର୍କିତ ତଥ୍ୟ ଆଧାରରେ ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାର ୨୪ ଘଣ୍ଟା ପରେ ଆଜି ମୁହଁ ଖୋଲଛନ୍ତି ନବୀନ ନନ୍ଦ। ସେ କହିଛନ୍ତି-“ରାଜ୍ୟରେ କାହା ସାଙ୍ଗରେ କାହାର ବିବାଦ ସମସ୍ତେ ଜାଣିଛନ୍ତି। ଏଥିରେ ମୋତେ ମୋହରା ବନା ନଯାଉ।” ସେ କହିଛନ୍ତି-“ପରିବାର ଲୋକେ ମୋର ପତ୍ତା ନପାଇ […]

naveen nanda in dkl

Rakesh Mallick
  • Published: Tuesday, 03 July 2018
  • , Updated: 03 July 2018, 04:29 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଗତକାଲି ବିଜେଡିରୁ ନିଲମ୍ବିତ ହୋଇଥିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ। ନିନ୍ଦନୀୟ ଆଚରଣ ସମ୍ପର୍କିତ ତଥ୍ୟ ଆଧାରରେ ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାର ୨୪ ଘଣ୍ଟା ପରେ ଆଜି ମୁହଁ ଖୋଲଛନ୍ତି ନବୀନ ନନ୍ଦ। ସେ କହିଛନ୍ତି-“ରାଜ୍ୟରେ କାହା ସାଙ୍ଗରେ କାହାର ବିବାଦ ସମସ୍ତେ ଜାଣିଛନ୍ତି। ଏଥିରେ ମୋତେ ମୋହରା ବନା ନଯାଉ।”

ସେ କହିଛନ୍ତି-“ପରିବାର ଲୋକେ ମୋର ପତ୍ତା ନପାଇ ବିଚଳିତ ହୋଇପଡ଼ିଥିଲେ। ଏକଥା ଜାଣି ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରିଥିଲେ। ବୈଜୟନ୍ତ ଓ ତୃତୀୟ ମହଲା ଲଢ଼େଇ ଭିତରେ ମୋତେ ମୋହରା ବନେଇବା ଠିକ ନୁହେଁ। ବିଜେଡିରେ କାମ ସରିଲେ ଡଷ୍ଟବିନ୍‌କୁ ଫିଙ୍ଗି ଦିଅନ୍ତି। ସେଥିରୁ ମୁଁ ଜଣେ। ଜଣେ ନେତାଙ୍କ ଭିଡିଓ ଭାଇରାଲ ହେଲା, ଏବେ ସେ ଗେହ୍ଲା ପୁଅ। କୋଟେରୀ ଭିତରେ ଏବେ ସେହି ବ୍ୟକ୍ତି ଜଣକ ପ୍ରଭାବଶାଳୀ ହୋଇ ଅଛନ୍ତି।”

ସେ ଆହୁରି କହିଛନ୍ତି-“କୋଲକାତାରୁ ଗିରଫ ହେବା ଓ ବିଜେଡିରୁ ନିଲମ୍ୱିତ ହେବା ମୋ ରାଜନୈତିକ ବିରୋଧୀଙ୍କୁ ନିଶ୍ଚିତ ଖୁସି ଦେଇଛି। ମୋର ହଜାର ହଜାର ସମର୍ଥକଙ୍କୁ ଦୁଃଖ ଦେଇଛି। ଯେପର୍ଯ୍ୟନ୍ତ ସତ ପଦାକୁ ନଆସିଛି, ସେତେଦିନ ପର୍ଯ୍ୟନ୍ତ କୁହେଳିକା ଭିତରେ ରହିବ ଏହି କଥା। ଏନେଇ ମୁଁ ସମସ୍ତ ଗଣମାଧ୍ୟମରେ ନିଜର ସ୍ପଷ୍ଟୀକରଣ ଦେଇସାରିଲିଣି। ମୋତେ କିଭଳି ଭାବେ କୋଲକାତା ପୋଲିସ ବେଆଇନ୍‌ ଭାବେ ଗିରଫ କଲା ଓ ପରବର୍ତ୍ତି ସମୟରେ କେମିତି ବେଲ୍‌ରେ ବାହାରିଥିଲି।”

ସେ କହିଛନ୍ତି-“ବିଜେଡିକୁ ବିପଦରୁ ବଞ୍ଚାଇବା ପାଇଁ ଆମେ ଏନ୍‌ସିପିରୁ ଯାଇ ଦଳରେ ସାମିଲ ହୋଇଥିଲୁ। ୪ ବର୍ଷ ଭିତରେ କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଇନି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବୁକଥା ଜଣାଇଛି। ଟିକେଟ ଦିଅନ୍ତୁ ବା ନଦିଅନ୍ତୁ ମୁଁ ଲଢ଼ିବି ବୋଲି ଜଣାଇଥିଲି।”

Related story