ଉତ୍ତରାଧିକାରୀ ମୁଁ ନୁହେଁ,ରାଜ୍ୟବାସୀ ବାଛିବେ: ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପୁଣିଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ଚୟନ କରିବେ। ନିଜର ଉତ୍ତରାଧିକାରୀ ବାଛିବାରେ ସେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି। ଆଜି ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ […]

6590

Tapas Behera
  • Published: Sunday, 22 September 2019
  • , Updated: 22 September 2019, 07:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପୁଣିଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ଚୟନ କରିବେ। ନିଜର ଉତ୍ତରାଧିକାରୀ ବାଛିବାରେ ସେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି।

ଆଜି ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ ଫେଷ୍ଟିଭାଲ ‘ଅ’ର ଉଦଯାପନୀ ଉତ୍ସବରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମୁହଁ ଖୋଲିଛନ୍ତି। ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ମୁଖ୍ୟ ସମ୍ପାଦକ ପ୍ରଭୁ ଚାୱଲାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସେ ଅବସର ନେବାପରେ ପୁଣିଥରେ ବହି ଲେଖାଲେଖି କରିବେ। ନିଜକୁ ଫିଟ୍ ରଖିବା ପାଇଁ ଏବେ ସେ ସକାଳେ ଓ ସନ୍ଧ୍ୟାରେ ଦୁଇଥର ବ୍ୟାୟାମ କରୁଛନ୍ତି। ନିଜର ଖାଦ୍ୟପେୟ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ସହ ସେ କମ୍ ଖାଦ୍ୟ ଖାଆନ୍ତି ବୋଲି କହିଛନ୍ତି।

କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ସହ ଘନିଷ୍ଠତା ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସହଯୋଗ ଓ ସମ୍ପର୍କ ରଖିବାରେ ସେ ସର୍ବଦା ବିଶ୍ୱାସ କରନ୍ତି । କାଶ୍ମୀରରୁ ସମ୍ବିଧାନର ଧାରା-୩୭୦ ଉଚ୍ଛେଦ ହେବାକୁ ସେ ସମର୍ଥନ କରନ୍ତି ଓ ଏହା ଦ୍ୱାରା କାଶ୍ମୀରରେ ଅଧିକ ବିକାଶମୂଳକ କାର୍ଯ୍ୟ ହୋଇପାରିବ ବୋଲି କହିଛନ୍ତି।

ସଚିବାଳୟର ନାଁ ଲୋକସେବା ଭବନ ନାମରେ ନାମିତ କରି ଆମେ ଜନକେନ୍ଦ୍ରିକ ସରକାର ବୋଲି ପ୍ରମାଣ ଦେଇଛୁ। ନିଜ ସରକାରର ଅତୀତ କାର୍ଯ୍ୟକାଳରେ ରାଜ୍ୟବାସୀଙ୍କ ଜୀବନଧାରଣ ମାନଦଣ୍ଡରେ ସୁଧାର ପାଇଁ କେତେକ ସଫଳତା ମିଳିଛି। ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ତାଙ୍କ ସରକାର ଅଧିକ କିଛି କରିିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ଓଡ଼ିଶାରେ ଟ୍ରାନ୍ସଫରମେସନ୍ ପାଇଁ ‘ଫାଇଭ-ଟି’ ଓ ‘ମୋ ସରକାର’ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏସବୁ ବ୍ୟତୀତ ଶ୍ରୀ ପଟ୍ଟନାୟକ କ୍ରୀଡ଼ା ଓ ଯୁବବର୍ଗଙ୍କ ଭବିଷ୍ୟତ ଉପରେ ମତ ରଖିବା ସହ ଫକୀରମୋହନ ସେନାପତିଙ୍କୁ ନିଜର ପ୍ରିୟ ଲେଖକ ବୋଲି କହିଥିଲେ।

ଏହି ଅବସରରେ ନବୀନଙ୍କୁ ଓଡ଼ିଶାର ବିରାଟ କୋହଲୀ ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ସମ୍ବୋଧନ କରିବାକୁ ପଛାଇ ନଥିଲେ।

Related story