ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚତୁର୍ଥ ପାଳିର ଚାରି ବର୍ଷ ପୂର୍ତ୍ତି ପରେ ପଞ୍ଚମ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ବର୍ଷରେ ସରକାର ଓ ଦଳ ପାଇଁ କ’ଣ ହୋଇପାରେ ୫ଟି ବଡ଼ ଚ୍ୟାଲେଞ୍ଜ, ତାକୁ ନେଇ ଓଡ଼ିଶା ରିପୋର୍ଟରର ବିଶେଷ ରିପୋର୍ଟ।

ଚ୍ୟାଲେଞ୍ଜ ୧: ସରକାରଙ୍କ ଭାବମୂର୍ତ୍ତିରେ କଳାଦାଗ ଲଗାଇଥିବା ଦୁଷ୍କର୍ମ ଘଟଣା ଉପରେ ରୋକ୍। ଏହାସହ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାରିବା।

ଚ୍ୟାଲେଞ୍ଜ ୨: ସରକାରୀ ଯୋଜନାରେ ଦୁର୍ନୀତି ଓ ସେଥିରେ ଦଳୀୟ କର୍ମୀଙ୍କ ସଂପୃକ୍ତି ଅଭିଯୋଗ ଦୂର କରିବା।

ଚ୍ୟାଲେଞ୍ଜ ୩: ପିସି କାରବାର ଅଭିଯୋଗ ଭିତରେ ଜନହିତକର ଯୋଜାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା, ନିର୍ବାଚନ ପାଇଁ ନୂଆ ସ୍କିମ୍ ଘୋଷଣା ହେଲେ ତାହା ଲୋକଙ୍କ ପାଖରେ ପହଞ୍ଚାଇବା।

ଚ୍ୟାଲେଞ୍ଜ ୪: ନିର୍ବାଚନ ଇସ୍ତାହାର ମୁତାବକ ବାକି ଥିବା ପ୍ରତିଶ୍ରୁତି ପୂରଣ, ଯେମିତିକ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ କରିବା।

ଚ୍ୟାଲେଞ୍ଜ ୫: ବିଭାଗ-ବିଭାଗ ତଥା ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମୁଖ୍ୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା।

ଦଳୀୟ ଦୃଷ୍ଟିକୋଣରୁ ନବୀନଙ୍କୁ କ’ଣ ରହିପାରେ ଚାଲେଞ୍ଜ

ଚ୍ୟାଲେଞ୍ଜ ୧: ନିର୍ବାଚନ ସମୟରେ ଟିକଟ୍ ବଣ୍ଟନ ଓ ଯେଉଁମାନେ ଟିକଟ୍‌ରୁ ବଞ୍ଚିତ ହେବେ ସେମାନଙ୍କୁ ସଫଳତାର ସହ ମ୍ୟାନେଜ୍ କରିବା।

ଚ୍ୟାଲେଞ୍ଜ ୨: ସବୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରେ ବ୍ୟାପୁଥିବା ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଓ ବିବାଦ ଦୂର କରିବା।

ଚ୍ୟାଲେଞ୍ଜ ୩: ଅପାରଗ ଓ ଦୁର୍ନୀତିଗ୍ରସ୍ତ ବିଧାୟକ ଓ ସାଂସଦଙ୍କ ବିରୋଧରେ ବଢୁଥିବା ଜନମତକୁ ପ୍ରଶମିତ କରିବା।

ଚ୍ୟାଲେଞ୍ଜ ୪: ବିରୋଧୀ ବିଜେପି ଓ କଂଗ୍ରେସର ଆକ୍ରମରାତ୍ମକ ଆଭିମୁଖ୍ୟ ଦେଖି ମୁକାବିଲା ରଣନୀତି କରିବା।

ଚ୍ୟାଲେଞ୍ଜ ୫: ଦଳର ସବୁଠାରୁ ବଡ଼ ବ୍ରାଣ୍ଡ କୁହାଯାଉଥିବା ନବୀନଙ୍କ ଭାବମୂର୍ତ୍ତିକୁ ଅତୁଟ ରଖିବା।

ଚତୁର୍ଥ ପାଳିର ଶେଷ ବର୍ଷରେ ନିର୍ବାଚନ ଦୃଷ୍ଟିରୁ ବିରୋଧୀଙ୍କ ଆକ୍ରମଣ ଆହୁରୀ ତୀବ୍ର ହେବ। ତାକୁ ସାମ୍ନା କରି ନବୀନ କିଭଳି ଆଗକୁ ବଢୁଛନ୍ତି ଏବେ ତା ଉପରେ ସମସ୍ତଙ୍କ ନଜର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।