ନାଟକର ନାଁ ‘ଦୁର୍ନୀତିନାଶନ, ନବୀନ ଶାସନ’!

ଦେବେନ୍ଦ୍ର ପୃଷ୍ଟି ଓଡ଼ିଆ ଲୋକମାନେ ଟିକେ କଳାପ୍ରିୟ। ସେଥିପାଇଁ ପ୍ରାଚୀନ ଉତ୍କଳକୁ କୁହାଯାଏ ଉତ୍କର୍ଷ କଳାର ଦେଶ। ଏଠିକା ଲୋକେ ଖାଆନ୍ତୁ ନଖାଆନ୍ତୁ ବାଲିରୁ ଆରମ୍ଭ କରି ପଥରର ମୂର୍ତ୍ତି ଗଢ଼ିବାକୁ ଭଲ ପାଆନ୍ତି। ଘରେ ପଛେ ଦି’ ଓଳି ଚୁଲି ନଜଳୁ, ଆଖପାଖ ଗାଁରେ କେଉଁଠି ନାଟତାମସା ହେଲେ ତିନି କୋଶ ବାଟ ଚାଲିଚାଲି ଯାଇଁ ରାତି ଅନିଦ୍ରା ହେବାକୁ ଲୋକମାନଙ୍କୁ ଭଲ ଲାଗେ। ଲୋକେ ଜାଣନ୍ତି ଯେ ନାଟକ, ତାମସା, ସୁଆଙ୍ଗ ଆଦି କାହାଣୀ […]

qw

qw

Debendra Prusty
  • Published: Tuesday, 29 October 2019
  • Updated: 29 October 2019, 05:46 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଆ ଲୋକମାନେ ଟିକେ କଳାପ୍ରିୟ। ସେଥିପାଇଁ ପ୍ରାଚୀନ ଉତ୍କଳକୁ କୁହାଯାଏ ଉତ୍କର୍ଷ କଳାର ଦେଶ। ଏଠିକା ଲୋକେ ଖାଆନ୍ତୁ ନଖାଆନ୍ତୁ ବାଲିରୁ ଆରମ୍ଭ କରି ପଥରର ମୂର୍ତ୍ତି ଗଢ଼ିବାକୁ ଭଲ ପାଆନ୍ତି। ଘରେ ପଛେ ଦି’ ଓଳି ଚୁଲି ନଜଳୁ, ଆଖପାଖ ଗାଁରେ କେଉଁଠି ନାଟତାମସା ହେଲେ ତିନି କୋଶ ବାଟ ଚାଲିଚାଲି ଯାଇଁ ରାତି ଅନିଦ୍ରା ହେବାକୁ ଲୋକମାନଙ୍କୁ ଭଲ ଲାଗେ। ଲୋକେ ଜାଣନ୍ତି ଯେ ନାଟକ, ତାମସା, ସୁଆଙ୍ଗ ଆଦି କାହାଣୀ ସତ ନୁହେଁ, କଳ୍ପନାର ପୁଟ ଦିଆଯାଇ ଦର୍ଶକଙ୍କ ମନୋରଂଜନ ପାଇଁ ଏସବୁ ଲେଖାଯାଇଥାଏ। ନିର୍ଦ୍ଦେଶକ ମଧ୍ୟ ଲୋକଙ୍କ ଆଗ୍ରହକୁ ଦେଖି ଅନେକ କାହାଣୀରେ ନାଟକୀୟତା ଭର୍ତ୍ତି କରିଥାନ୍ତି। ଏପରିକି ଅନେକ ଇତିହାସ ବି କାଳ୍ପନିକ ହୋଇଯାଏ। ତଥାପି ମିଛ କାହାଣୀ ଦେଖିବାକୁ ଶହଶହ ସଂଖ୍ୟାରେ ରୁଣ୍ଡ ହୁଅନ୍ତି।

ଆଗରୁ ଗାଁ ଗହଳିର ଲୋକମାନେ ନିଜେନିଜେ ନାଟକ ଶିଖି ତାହାକୁ ମଞ୍ଚସ୍ଥ କରୁଥିଲେ। କରଞ୍ଜ ତେଲର ମଶାଲ, ପରେ ପେଟ୍ରୋମାକ୍ସା ଲାଇଟ୍‌ ଟାଙ୍ଗି ଯାତ୍ରା, ନାଟକ, ସୁଆଙ୍ଗ ଓ ଦକ୍ଷିଣୀ ଇତ୍ୟାଦି ମଞ୍ଚସ୍ଥ ହେଉଥିଲା। ପାଲା ଓ ଦାସକାଠିଆ ଆଦି ପୌରାଣିକ ଓ କାବ୍ୟିକ ବିଷୟବସ୍ତୁ ଉପରେ ଆଧାରିତ ଥିଲା। ସେଥିରୁ କିଛି କିଛି ଶିକ୍ଷା ମିଳୁଥିଲା। ତାହା ଥିଲା ସାମାଜିକ ସଚେତନତାର ମାଧ୍ୟମ। କିନ୍ତୁ ଯାତ୍ରା, ସୁଆଙ୍ଗ ଓ ତାମସା ଆଦି କେବଳ ଲୋକଙ୍କ ମନୋରଂଜନ ପାଇଁ ଉଦ୍ଦିଷ୍ଟ ହେଲା। ଏହାର ଲୋକପ୍ରିୟତା ଏତେ ଅଧିକ ହେଲା ଓଡ଼ିଶାର ଅନେକ ଅଂଚଳରେ ଅନେକ ଯାତ୍ରାପାର୍ଟି ବାହାରିଲେ। ବିଶେଷକରି ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଆଦି ଜିଲ୍ଲାରେ ଅନେକ ଯାତ୍ରାପାର୍ଟି ବାଣିଜ୍ୟିକ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହେଲା ଓ ସେଗୁଡ଼ିକ ମଧ୍ୟ ଭଲ ବ୍ୟବସାୟ କଲେ। ନୂଆ ଜ୍ଞାନକୌଶଳ, ନୂଆ ମଞ୍ଚସଜ୍ଜା ଓ ନୂଆ ନୂଆ କାହାଣୀ ସହ ଫିଲ୍ମି ଢାଞ୍ଚାରେ ନାଚଗୀତ କାର୍ଯ୍ୟକ୍ରମ ଆଦି ଯୋଗୁଁ ଯାତ୍ରାର ଚାହିଦା ବଢ଼ିବାରୁ ଅନେକ ଅଂଚଳରେ ଯାତ୍ରା ଟିକଟ ୨୦୦-୩୦୦ ଟଙ୍କାରେ ବ୍ଲାକ୍‌ ହେଉଛି। ଆଜିକାଲି ପ୍ରାୟ ପ୍ରତି ପଂଚାୟତ କି ଦି’ଚାରି ଖଣ୍ଡ ପଂଚାୟତରେ ମେଳା ମଉଚ୍ଛବ ହେଲେ ଯାତ୍ରା ପାର୍ଟି ପଡ଼ୁଛି। ରାଜଧାନୀ ଭୁବନେଶ୍ୱର ଖଣ୍ଡିଗିରି ମେଳାରେ ଏକାଧିକ ଯାତ୍ରାପାର୍ଟି ପଡ଼ୁଛି ଓ ରାତିକୁ ଦି’ ଦି’ଟା ଶୋ ବି ହେଉଛି।

୨୦୧୯ ଅକ୍ଟୋବର ୨୮ ତାରିଖଟି ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ଗଣଶିକ୍ଷା ବିଭାଗର କର୍ମଚାରୀମାନେ ମଧ୍ୟ ଏହିପରି ଏକ ଯାତ୍ରାର ଆୟୋଜନ କରିଥିଲେ। ସେଦିନ ସେମାନଙ୍କ ପାଇଁ ଥିଲା ଏକ ମନୋରଂଜନର ଦିନ। ଏହି ଦିନ ସେମାନେ ଶପଥ ନେଲେ କି ଏଣିକି ସେମାନେ ଆଉ ଲାଞ୍ଚ ନେବେ ନାହିଁ କି ଦେବେ ନାହିଁ। ଏହା ଯଦି ନାଟକ ନୁହେଁ ତେବେ ତ ଏ ଦୁଇ ବିଭାଗରେ ଆଉ କେବେ ଦୁର୍ନୀତି ହେବ ନାହିଁ ବୋଲି ଆଶା କରାଯିବ। ଯଦି ଦୁର୍ନୀତିର ଧାରା ଲାଗି ରହିଲା ତେବେ ନିଶ୍ଚିତ ହେବାକୁ ପଡ଼ିବ ଯେ ଏହା ଥିଲା ଏକ ନାଟକ। ନାଟକର ସଂଳାପ ଭଳି ସେଦିନ ସେହି ଦୁଇ ବିଭାଗର କର୍ମଚାରୀମାନେ ଲାଞ୍ଚ ବିରୋଧରେ ଶପଥପାଠ କଲେ।

ଯଦି ଏପରି ଶପଥପାଠ ଦ୍ୱାରା ଦୁର୍ନୀତି ଦୂର ହୋଇପାରନ୍ତା ତେବେ ସବୁ ବିଭାଗରେ ତାହାର ପୁନରାବୃତ୍ତି କରାଇ ଓଡ଼ିଶାବାସୀଙ୍କୁ ଏକ ସ୍ୱଚ୍ଛ ଓ ନିର୍ମଳ ଶାସନ ଯୋଗାଇ ଦେବାକୁ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ୨୦ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରନ୍ତେ। କିନ୍ତୁ ତାହା ହୋଇନାହିଁ କି ଏଭଳି ଶପଥପାଠ ଜରିଆରେ ତାହା ହେବାର ସାମାନ୍ୟତମ ସମ୍ଭାବନା ଦେଖାଯାଉ ନାହିଁ। ବରଂ ତାଙ୍କ ନିର୍ଦ୍ଦେଶନାରେ ଚାଲିଥିବା ‘ସରକାର’ ନାଟକ ଏଭଳି କେତେକ ବିଭାଗରେ ମଞ୍ଚସ୍ଥ ହୋଇ ଲୋକମାନଙ୍କୁ ଭରପୂର ମନୋରଂଜନ ପ୍ରଦାନ କରିବାରେ ସଫଳ ହୋଇଛି। ଏଭଳି ନାଟକ ହିଁ ତାଙ୍କ ଲୋକପ୍ରିୟତାର ଆଧାର ବୋଲି ଯୁକ୍ତି କରାଯାଇ ପାରେ। କର୍ମଚାରୀଙ୍କ ଶପଥପାଠ ଯଦି ଦୁର୍ନୀତି ଦୂର କରିପାରୁଥାନ୍ତା ତେବେ ଓଡ଼ିଶା ସମେତ ଭାରତରେ କେବେଠାରୁ ଦୁର୍ନୀତି ଇତିହାସରେ ପରିଣତ ହୋଇଥାନ୍ତା। ପ୍ରତିବର୍ଷ ଭିଜିଲାନ୍ସ ସପ୍ତାହ ପାଳନ କରାଯାଉଛି। ପ୍ରତିବର୍ଷ ଦୁର୍ନୀତି ବିରୋଧରେ ଶପଥପାଠ କରାଯାଉଛି। ତେବେ, ପୁଣି କାହିଁକି ଦୁର୍ନୀତି?

ପଂଚାୟତିରାଜ ଓ ଗଣଶିକ୍ଷା ବିଭାଗର ଏ ଅଦିନିଆ ଦୁର୍ନୀତି ବିରୋଧୀ ଶପଥ ପୂଜା ବଜାରରେ ସେହିପରି ଏକ ନାଟକ ହୋଇରହିଗଲେ କିଏ ହାସ୍ୟାସ୍ପଦ ହେବ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କର ମନ୍ତ୍ରୀ ସହଯୋଗୀ ନା ସଂପୃକ୍ତ ବିଭାଗର ସଚିବଙ୍କ ସମେତ ସମସ୍ତ କର୍ମଚାରୀ?

ନବୀନବାବୁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଦୁର୍ନୀତିର ଛାୟାରେ ଥିବାର ସନ୍ଦେହ କରି କେତେକ ମନ୍ତ୍ରୀଙ୍କୁ ବରଖାସ୍ତ କରିଥିଲେ। କିନ୍ତୁ ଇତିମଧ୍ୟରେ ୧୮ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ସେମାନେ କି ଦୁର୍ନୀତି କରିଥିଲେ ତାହା ପ୍ରମାଣିତ ହୋଇପାରିଲା ନାହିଁ। ନବୀନବାବୁଙ୍କ ଅମଳରେ ଓଡ଼ିଶାର ସବୁଠୁ ବଡ଼ ଦୁର୍ନୀତି ଖଣି ବିଭାଗରେ ଘଟିଛି। ତାଙ୍କରି ପୌରୋହିତ୍ୟରେ ବିଭିନ୍ନ ଅବୈଧ ଉପାୟରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ଖଣିଜ ପଦାର୍ଥ ଲୁଟ୍‌ ହୋଇଛି। ଏହି ଦୁର୍ନୀତିର କୌଣସି ବଡ଼ ଅପରାଧୀ ଏଯାଏଁ ଧରାପଡ଼ିଲେ ନାହିଁ, ଦୋଷୀ ସାବ୍ୟସ୍ତ ହେବା ଦୂରର କଥା। ବରଂ ସବୁଠୁ ଅଧିକ ଖଣି ଦୁର୍ନୀତିରେ ସଂପୃକ୍ତ ଜଣେ ବ୍ୟବସାୟୀ ନବୀନବାବୁଙ୍କ ସରକାରକୁ ବିଭିନ୍ନ ବାଟରେ ପ୍ରଭାବିତ କରୁଛି ବୋଲି ରାଜନୀତିକ ମହଲରେ ଅଭିଯୋଗ ହୋଇଆସୁଛି। ନବୀନବାବୁଙ୍କ ଅମଳରେ ଘଟିଥିବା ଚିଟ୍‌ ଫଣ୍ଡ ଦୁର୍ନୀତିରେ ତାଙ୍କରି ଦଳର ବହୁ ରାଜନେତା ଜଡ଼ିତ ଥିବା ସିବିଆଇ ତଦନ୍ତ ସମୟରେ ଜଣାପଡ଼ିଛି। କିନ୍ତୁ କୌଣସି କାରଣରୁ ସିବିଆଇ ମଧ୍ୟ ସେମାନଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଛି ଏବଂ ସେ ତଦନ୍ତ ଅଧିକ ଆଗେଇ ନାହିଁ। ଠିକ ସେହିପରି ଡାଲି ଦୁର୍ନୀତି, ଜମି ଦୁର୍ନୀତି, ଚାରା ଦୁର୍ନୀତି, ଜଙ୍ଗଲ ଦୁର୍ନୀତି, ବାଲି ଦୁର୍ନୀତି, ପଥର ଦୁର୍ନୀତି, ଠିକା ଦୁର୍ନୀତି ଆଦି ଅନେକ ଦୁର୍ନୀତି ଘଟିଛି ଗତ ୨୦ ବର୍ଷ ଭିତରେ। କୌଣସି ଦୁର୍ନୀତି ମାମଲାର ମୂଳକୁ ନବୀନବାବୁଙ୍କ ସରକାର ପହଂଚି ନାହିଁ। ଅଧିକନ୍ତୁ ଦୁର୍ନୀତି ଅଭିଯୁକ୍ତ ଡଜନେରୁ ଅଧିକ ବଡ଼ ବଡ଼ିଆ ଆଇଏଏସ ଓ ଆଇପିଏସ ଅଫିସରଙ୍କ ବିରୋଧରେ ମାମଲା ଆରମ୍ଭ କରିବାକୁ ତାଙ୍କରି ଅଧୀନସ୍ତ ଭିଜିଲାନ୍ସ ବିଭାଗ ମାଗିଥିବା ଅନୁମତି ଏଯାଏଁ ତାଙ୍କ ଦପ୍ତରରୁ ମିଳିନାହିଁ।

ମଝିରେ ମଝିରେ ଅବଶ୍ୟ ଛୋଟ ଛୋଟ ଅଫିସର ଓ କିରାଣୀଙ୍କୁ ଦୁର୍ନୀତି ମାମଲାରେ ନିଲମ୍ବିତ ବା ବହିଷ୍କୃତ କରି ନାଟକ ସଫଳ ହେବାର ଗୌରବ ଅର୍ଜନ କରିବାରେ ତାଙ୍କର ପଟାନ୍ତର ନାହିଁ। ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ଏହିପରି କେତେକ ତଳିଆ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରି ନବୀନବାବୁ ନିଜର ଦୁର୍ନୀତିବିରୋଧୀ ଭାବମୂର୍ତ୍ତିକୁ ସୁଦୃଢ଼ କରିଛନ୍ତି, ଯେତେବେଳେ କି କୋର୍ଟ ଦ୍ୱାରା ଏଭଳି ଦୋଷୀ ସାବ୍ୟସ୍ତ ଅଫିସରଙ୍କୁ ସେ ଆଉ ଘଣ୍ଟ ଘୋଡ଼େଇ ରଖିପାରି ନଥାନ୍ତେ। ଲୋକଙ୍କୁ କାଳ୍ପନିକ ନାଟକ ଜରିଆରେ ଖୁସି କରିବାକୁ ଆରମ୍ଭ ହୋଇଥିବା ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ ହୋଇଥିବା ଏହି ଶପଥପାଠ ପୁଣି ଥରେ ରାଜ୍ୟ ଶାସନ ଓ ପ୍ରଶାସନରେ ଲାଞ୍ଚ ଓ ଦୁର୍ନୀତିର ସଂସ୍କୃତି ରହିଥିବା ଅଭିଯୋଗକୁ ପୁଷ୍ଟ କରିଛି। ଏଇ ନିକଟରେ ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ପ୍ରକାଶ କରିଥିବା ଏକ ତାଲିକା ଅନୁସାରେ ଦୁର୍ନୀତି ବିରୋଧୀ ମାମଲା ଦାଏର ହେବା କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ୨୦୧୭ ହିସାବ ଅନୁସାରେ ୯୨୫ ଦୁର୍ନୀତି ମାମଲା ଭିତ୍ତିରେ ମହାରାଷ୍ଟ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ୪୯୪ ଦୁର୍ନୀତି ମାମଲା ଥାଇ ଓଡ଼ିଶା ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଦୁର୍ନୀତି ହେଉଛି ବୋଲି ଦୁର୍ନୀତି ମାମଲା ହେଉଛି। ଦୁର୍ନୀତି ହେଉ ନଥିଲେ ଦୁର୍ନୀତି ମାମଲା ହୁଅନ୍ତା ନାହିଁ। ଏ ପରିସଂଖ୍ୟାନ ପୁଣି ସବୁ କିଛି ନୁହେଁ। ୨୦୧୭ ମସିହାରେ ଯେ ରାଜ୍ୟରେ ମାତ୍ର ୪୯୪ଟି ଦୁର୍ନୀତି ଘଟଣା ଘଟିଥିଲା ତାହା କେବଳ ବୋକାମାନେ ବିଶ୍ୱାସ କରିବେ, ଏତିକିଟି ମାମଲା ଦାଏର ହୋଇଥିଲା, ଏହା ବାହାରେ ଶହ ଶହ ହଜାର ହଜାର କର୍ମଚାରୀ ଦୁର୍ନୀତି କରି ଖସି ଯାଇଥିବେ, ଯାହା ଅଧିକ ବାସ୍ତବ।

ନବୀନବାବୁ ଓ ତାଙ୍କର ପରାମର୍ଶଦାତା ବା ପରିଚାଳକମାନେ ବୁଝିବା ଦରକାର ଯେ ଦୁର୍ନୀତି ନକଲେ ଦୁର୍ନୀତି ହୁଏ ନାହିଁ, କେବଳ କଥାରେ ଦୁର୍ନୀତି ଦୂର ହୁଏନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story