ଚିନ୍ତାରେ ନବୀନ, ହାତରୁ ଖସୁଛି ନିୟନ୍ତ୍ରଣ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଟିକେଟ୍ ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ମଧ୍ୟରେ ଅଧିକାଂଶ ସ୍ଥାନରେ ଦଳୀୟ ନେତାଙ୍କ ଅନ୍ତଃ କନ୍ଦଳ ଏବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇଛି। କେବଳ ନବୀନଙ୍କୁ ‘ପୋଷ୍ଟରବୟ’ କରି ଭୋଟ୍ ଜିଣିବାକୁ ରଣନୀତି ପ୍ରସ୍ତୁତ କରିଥିବା ବିଜେଡିର ମୁଖ୍ୟ କାର୍ପଟଦାରମାନେ ଏବେ ରାଜ୍ୟରେ ବିଜେପିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ମାରାଥନ୍ ଗସ୍ତକୁ ନେଇ ଆଶଙ୍କାରେ ପଡ଼ିଛନ୍ତି। ପଞ୍ଚାୟତ ନିର୍ବାଚନ ଭଳି ଚଳିତ ସାଧାରଣ ନିର୍ବାଚନରେ ବି ଦଳର […]

navin

navin

Manoranjan Sial
  • Published: Tuesday, 16 April 2019
  • Updated: 16 April 2019, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଟିକେଟ୍ ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ମଧ୍ୟରେ ଅଧିକାଂଶ ସ୍ଥାନରେ ଦଳୀୟ ନେତାଙ୍କ ଅନ୍ତଃ କନ୍ଦଳ ଏବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇଛି। କେବଳ ନବୀନଙ୍କୁ ‘ପୋଷ୍ଟରବୟ’ କରି ଭୋଟ୍ ଜିଣିବାକୁ ରଣନୀତି ପ୍ରସ୍ତୁତ କରିଥିବା ବିଜେଡିର ମୁଖ୍ୟ କାର୍ପଟଦାରମାନେ ଏବେ ରାଜ୍ୟରେ ବିଜେପିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ମାରାଥନ୍ ଗସ୍ତକୁ ନେଇ ଆଶଙ୍କାରେ ପଡ଼ିଛନ୍ତି। ପଞ୍ଚାୟତ ନିର୍ବାଚନ ଭଳି ଚଳିତ ସାଧାରଣ ନିର୍ବାଚନରେ ବି ଦଳର ସାଂଗଠନିକ ସ୍ଥିତି ଓ ପ୍ରାର୍ଥୀଙ୍କ ପ୍ରଦର୍ଶନକୁ ନେଇ ନବୀନଙ୍କୁ ଅନ୍ଧକାରରେ ରଖାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ବିଜେଡି ସୂତ୍ର ଅନୁସାରେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ଭୋଟଗ୍ରହଣ ଶେଷ ହୋଇଥିଲେ ମଧ୍ୟ ବିଜେଡିର ପ୍ରଦର୍ଶନ ପୂର୍ବଭଳି ଉତ୍ସାହଜନକ ହୋଇନଥିବା ଦଳ ଅନୁଭବ କରିଛି। କିନ୍ତୁ ଏ ସମ୍ପର୍କରେ ନବୀନଙ୍କୁ ଅନ୍ଧକାରରେ ରଖାଯାଇଛି। ନବୀନଙ୍କୁ ‘ପୋଷ୍ଟରବୟ’ ଓ ‘ମୁଖ୍ୟ ଷ୍ଟାର୍ କ୍ୟାମ୍ପେନର’ ଭାବେ ବିଜେଡି ଉପଯୋଗ କରି ଯେନତେନ ପ୍ରକାରେ ବିଧାନସଭାରେ ଅତିକମରେ ୧୦୦ଟି ଆସନ ଜିଣିବାକୁ କସରତ ଆରମ୍ଭ କରିଛି। ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ବିଜେଡି ନିଜର ପ୍ରାର୍ଥୀ ଦେଇଥିଲେ ମଧ୍ୟ ନବୀନ ବ୍ୟକ୍ତିଗତ ଭାବେ ହାତଗଣତି ଆସନରେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଥିବା ବିଜେପି ପ୍ରାର୍ଥୀଙ୍କ ପରାଜୟ ନିମନ୍ତେ ବିଜେଡି କ’ଣ ରଣନୀତି ଆପଣାଇଛି ତାହା ଜାଣିବାକୁ ଆଗ୍ରହ ଦେଖାଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଦଳୀୟ ଅସନ୍ତୋଷକୁ ଏଡାଇବା ପାଇଁ ବିଜେଡି ପ୍ରଥମ ଥର ନିଜର ସାଙ୍ଗଠନିକ ପଦପଦବୀରେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଥଇଥାନ କରିଛି। କେବଳ ନିର୍ବାଚନ ସମୟରେ ଦଳୀୟ ଅସନ୍ତୋଷକୁ ଏଡାଇବା ପାଇଁ ଇତିମଧ୍ୟରେ ସାଧାରଣ ସମ୍ପାଦକ ଓ ସମ୍ପାଦକ ପଦବୀରେ ପ୍ରାୟ ୧୦୦ରୁ ଅଧିକ ନେତାଙ୍କୁ ଥଇଥାନ କରାଗଲାଣି। ଏହା ବିଜେଡି ସଙ୍ଗଠନର ଦୁର୍ବଳତା ଓ ଅସନ୍ତୋଷକୁ ପଦାରେ ପକାଇବା ସହ ନବୀନଙ୍କ ନିୟନ୍ତ୍ରଣ ପୂର୍ବଭଳି ଆଉ ନାହିଁ ବୋଲି ଜଳଜଳ ହୋଇ ଦିଶିଲାଣି।

ଏହାବ୍ୟତୀତ ବିଜେଡି ରଣନୀତିକାରମାନେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କଟକ ଓ ପୁରୀ ଭଳି ଜିଲ୍ଲାରେ ଦଳର ପ୍ରଦର୍ଶନ କିଭଳି ଭଲ ହେବ ସେ ନେଇ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ବିଜେଡି ସୂତ୍ରକୁ ବିଶ୍ୱାସ କରାଗଲେ, ବିଜେଡି ମୁଖ୍ୟତଃ କେନ୍ଦ୍ରାପଡ଼ା ଲୋକସଭା ଓ ପାଟକୁରା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ଯଥାକ୍ରମେ ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର, ବସ୍ତାରେ ବିଜେପି ପ୍ରାର୍ଥୀ ରଘୁନାଥ ମହାନ୍ତି, ଭଦ୍ରକରେ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ, ଜଗତସିଂହପୁରରେ ଚିରଞ୍ଜୀବ ବିଶ୍ୱାଳ, ସତ୍ୟବାଦୀରେ ପ୍ରସାଦ ହରିଚନ୍ଦନ, ସମ୍ବଲପୁରରେ ନୀତେଶ ଗଙ୍ଗଦେବ, ସୁନ୍ଦରଗଡ଼ରେ ଜୁଏଲ୍ ଓରାମ ଓ ଜର୍ଜ ତିର୍କୀଙ୍କ ଭଳି ନେତାଙ୍କ ବିଜୟ ମାର୍ଗରେ କଣ୍ଟା ସାଜି ଆବଶ୍ୟକ ରଣନୀତିକୁ କାର୍ଯ୍ୟକାରୀ କରାଉଛନ୍ତି। ତେବେ ଡାକ୍ତର ଦାମୋଦର ରାଉତଙ୍କ ସ୍ଥିତି ଭଲ ନଥିବା ତଥା ପୁଅ ସମ୍ବିତ ରାଉତରାୟଙ୍କ ବିଜୟ ଉପରେ ସେ ଅଧିକ ପ୍ରାଥମିକତା ଦେଉଥିବାରୁ ତାଙ୍କୁ ବିଜେଡି ବିଶେଷ ଗୁରୁତ୍ୱ ଦେଉନି।

ବିଜେଡି ମଧ୍ୟ ଏବେ ୩୦ରୁ ୩୫ଟି ବିଧାନସଭା ଆସନରେ ବିଭିନ୍ନ ଉପାୟରେ ବିପୁଳ ପରିମାଣର ପାଣ୍ଠି ଖର୍ଚ୍ଚ କରିବାରେ ଲାଗିଛି। କଳେ ବଳେ କୌଶଳରେ କିଛି ନିର୍ଦ୍ଦିଷ୍ଟ ଆସନକୁ ଅକ୍ତିଆର କରିବା ପାଇଁ ଏବେ ବିଜେଡି ସବୁ ପ୍ରକାର ରଣନୀତି ଆପଣାଇଛି। ଚଳିତ ନିର୍ବାଚନରେ ଅତିକମରେ ନବୀନଙ୍କ ୧୫୦ଟି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଥିବା ବିଜେଡି କିନ୍ତୁ ଅନେକ ସ୍ଥାନରେ ତାଙ୍କର ରୋଡ୍ ଶୋ’ କରିବାର ସାମର୍ଥ୍ୟ ଜୁଟାଇ ପାରୁନି। କାଳେ ଆବଶ୍ୟକ ଅନୁରୂପ ଲୋକ ନହେବେ, ସେହି ଆଶଙ୍କାରେ ନବୀନଙ୍କ ରୋଡ୍ ଶୋ’ ମଧ୍ୟ ବେଶ୍ ଭାବିଚିନ୍ତି କରାଯାଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନବେଳେ କୋରାପୁଟ ଓ ଜୟପୁରରେ ନବୀନଙ୍କ ରୋଡ୍ ଶୋ’ କେବଳ ଅଧିକ ଲୋକ ନହେବାରୁ ବାତିଲ ହୋଇଥିଲା ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ଏପଟେ ଅଧିକାଂଶ ଆସନରେ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ବିଜେଡିରେ ଅର୍ନ୍ତଘାତୀ କାର୍ଯ୍ୟ ଜାରି ରହିଛି। ଉପରକୁ ସବୁ ଠିକଠାକ୍ ଦିଶୁଥିଲେ ମଧ୍ୟ ଅନେକ ବିଜେଡି ନେତା ଏବେ ବିଜେପି ସହ ଯୋଗସୂତ୍ରରେ ରହି ଦଳୀୟ ପ୍ରାର୍ଥୀଙ୍କୁ ହରାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ବିଜେପି ମଧ୍ୟ ଏସବୁ ଫାଇଦା ଉଠାଇ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବାକୁ ଆଗଭର ହୋଇଥିବା ସୂଚନା ମିଳିଛି ।

ଦଳ ଭିତରେ ବଢ଼ୁଥିବା ଅନ୍ତଃ କନ୍ଦଳ ସମ୍ପର୍କରେ ନବୀନଙ୍କ ପାଖରେ ଖବର ପହଞ୍ଚୁଥିଲେ ମଧ୍ୟ ରଣନୀତିକାରଙ୍କ ପରାମର୍ଶରେ ବାଧ୍ୟ ହୋଇ ଚୁପ୍ ରହୁଥିବା ଜଣାପଡ଼ିଛି। ଦଳର ନିୟନ୍ତ୍ରଣ ଏବେ ନବୀନଙ୍କ ହାତରୁ ଖସି ତାଙ୍କ ପରାମର୍ଶଦାତାଙ୍କ ହାତକୁ ଚାଲିଆସିଛି। ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ନବୀନଙ୍କ ଭୂମିକା କେବଳ ‘ରବରଷ୍ଟାମ୍ପ’ ଥିଲା, ଯାହାକି ସଂଗଠନ ଉପରେ ତାଙ୍କର ନିୟନ୍ତ୍ରଣ ନଥିବା କଥାକୁ ସ୍ପଷ୍ଟ ପ୍ରମାଣିତ କରାଉଛି ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story