ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ବତୀ ଘୋଷଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବର୍ଷିୟାନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ଶେଷକୃତ୍ୟ । ପାର୍ବତୀ ଘୋଷଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି,- “ପାର୍ବତୀ ଘୋଷଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ପ୍ରାରମ୍ଭିକ କାଳରେ ସେ ଏକାକି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ନୂଆ ସୋପାନକୁ ନେଇପାରିଥିଲେ। ସେ ନାରୀ ସଶକ୍ତିରଣର ଜଣେ ପ୍ରତୀକ ଥିଲେ।”

ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ଯାଇ ପାର୍ବତୀ ଘୋଷଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି। ଓଲିଉଡ୍‌ର ବହୁ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ତାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି।

ଗତକାଲି ରାତିରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଅଭିନେତ୍ରୀ ପାର୍ବତୀ ଘୋଷ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।