ପୋଲାଭରମ୍‌ କାମ ବନ୍ଦ ପାଇଁ ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କାମ ବନ୍ଦ୍ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିବାଦୀୟ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ସର୍ବୋଚ୍ଚ କୋର୍ଟଙ୍କ ଚୂଡାନ୍ତ ନିଷ୍ପତ୍ତି ନ ଆସିବା ଯାଏଁ ପ୍ରକଳ୍ପର ନିର୍ମାଣ କାମ ବନ୍ଦ୍ ରଖିବା ଲାଗି ନବୀନ ଚିଠିରେ ଅନୁରୋଧ କରିଛନ୍ତି। ଏହି ମାମଲାରେ ଓଡ଼ିଶାର ନାର୍ଯ୍ୟ ଦାବିକୁ ଜଳାଞ୍ଜଳି ଦେଇ କେନ୍ଦ୍ର ଯେଉଁ ଢଙ୍ଗରେ […]

modi-naveen

Rakesh Mallick
  • Published: Wednesday, 29 November 2017
  • , Updated: 29 November 2017, 10:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କାମ ବନ୍ଦ୍ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିବାଦୀୟ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ସର୍ବୋଚ୍ଚ କୋର୍ଟଙ୍କ ଚୂଡାନ୍ତ ନିଷ୍ପତ୍ତି ନ ଆସିବା ଯାଏଁ ପ୍ରକଳ୍ପର ନିର୍ମାଣ କାମ ବନ୍ଦ୍ ରଖିବା ଲାଗି ନବୀନ ଚିଠିରେ ଅନୁରୋଧ କରିଛନ୍ତି। ଏହି ମାମଲାରେ ଓଡ଼ିଶାର ନାର୍ଯ୍ୟ ଦାବିକୁ ଜଳାଞ୍ଜଳି ଦେଇ କେନ୍ଦ୍ର ଯେଉଁ ଢଙ୍ଗରେ ଆଭିମୁଖ୍ୟ ଗ୍ରହଣ କରୁଛି, ସେ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି ନବୀନ।

ସେହିଭଳି ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଆନ୍ଧ୍ର ସରକାର ଯେଭଳି ଦ୍ରୁତ ଗତିରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କରୁଛନ୍ତି, ତାହା ମଧ୍ୟ ଦୁର୍ଭାଗ୍ୟଜନକ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ନବୀନ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପୋଲାଭରମ୍ ନିର୍ମାଣ ବେଳେ ବିଭିନ୍ନ ଆଇନ ଓ ନିୟମାବଳି ଉଲ୍ଲଂଘନ କରିଛନ୍ତି ଆନ୍ଧ୍ର ସରକାର। ସେହିଭଳି ଜାତୀୟ ପ୍ରକଳ୍ପ ଲାଗି ପୋଲାଭରମ୍  ବିଭିନ୍ନ ମାନ ପୂରଣ କରୁ ନଥିବା ସତ୍ତ୍ୱେ ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିଥିବାରୁ ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

Related story