ମହିଳାଙ୍କ ପାଇଁ ନବୀନଙ୍କ ବଡ଼ବଡ଼ ନିର୍ବାଚନୀ ଘୋଷଣା

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ଇସ୍ତାହାରରେ ଛାତ୍ରୀ, ମହିଳା, ମିଶନ ଶକ୍ତି ସଦସ୍ୟଙ୍କୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି-“BSKYରେ ମହିଳାଙ୍କ ସ୍ୱାସ୍ଥ୍ୟ ସହାୟତା ରାଶି ୭ରୁ ୧୦ ଲକ୍ଷକୁ ବୃଦ୍ଧି ହେବ। ସବୁ ଝିଅ ମାଗଣାରେ ପଢ଼ିବେ। ଏଥିସହ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ମାଗଣାରେ ଦିଆଯିବ। ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ମିଳିବ। SHG ସଦସ୍ୟାଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କରାଯିବ। […]

naveen-promises-more-freebies-to-woo-women-voters

naveen-promises-more-freebies-to-woo-women-voters

Manoranjan Sial
  • Published: Monday, 08 April 2019
  • Updated: 08 April 2019, 04:39 PM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ଇସ୍ତାହାରରେ ଛାତ୍ରୀ, ମହିଳା, ମିଶନ ଶକ୍ତି ସଦସ୍ୟଙ୍କୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି-“BSKYରେ ମହିଳାଙ୍କ ସ୍ୱାସ୍ଥ୍ୟ ସହାୟତା ରାଶି ୭ରୁ ୧୦ ଲକ୍ଷକୁ ବୃଦ୍ଧି ହେବ। ସବୁ ଝିଅ ମାଗଣାରେ ପଢ଼ିବେ। ଏଥିସହ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ମାଗଣାରେ ଦିଆଯିବ। ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ମିଳିବ। SHG ସଦସ୍ୟାଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କରାଯିବ। 0% ସୁଧରେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ।”

ସେ ଆହୁରି କହିଛନ୍ତି-“ଧାନ ସଂଗ୍ରହ, ଆଶ୍ରମ ସ୍କୁଲ ପରିଚାଳନା ଦାୟିତ୍ୱ ମିଶନ ଶକ୍ତି ଗ୍ରୁପକୁ ଦିଆଯିବ। ହସ୍ପିଟାଲ ପରିଚାଳନା ଓ ୟୁନିଫର୍ମ ଯୋଗାଣ ମିଶନ ଶକ୍ତି କରିବ। ଏହାଦ୍ୱାରା ମିଶନ ଶକ୍ତିକୁ ବାର୍ଷିକ ୫ ଶହ କୋଟି ଲାଭ ମିଳିବ।”

ଆଜି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାରାଥନ ନିର୍ବାଚନ ପ୍ରଚାର କରୁଛନ୍ତି। ନୂଆପଡ଼ା ପରେ ନବୀନ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ। ଖରିଆର, ସିନାପାଲି, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ଟାଉନରେ ସେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos