ନବୀନଙ୍କ ସେଇ ଲକି ଚେୟାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଲଗାତର ଭାବେ ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପଛରେ ରାଜନୈତିକ ବିଶେଷଜ୍ଞମାନେ କେତେ କ’ଣ ଆକଳନ କରିପାରନ୍ତି ହେଲେ ନିଜେ ନବୀନ ଯେ, ଭାଗ୍ୟ ବିଶ୍ୱାସବାଦୀ ତାହା ଗତକାଲି ଜଣାପଡ଼ିଛି। ଗତକାଲି ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ ନବୀନଙ୍କ ନୂଆ ଟିମ୍‌ରେ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଶପଥ ପାଠ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ସିଧା ସଚିବାଳୟ ଯାଇ […]

naveen

naveen

Tapas Behera
  • Published: Thursday, 30 May 2019
  • Updated: 30 May 2019, 03:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଲଗାତର ଭାବେ ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପଛରେ ରାଜନୈତିକ ବିଶେଷଜ୍ଞମାନେ କେତେ କ’ଣ ଆକଳନ କରିପାରନ୍ତି ହେଲେ ନିଜେ ନବୀନ ଯେ, ଭାଗ୍ୟ ବିଶ୍ୱାସବାଦୀ ତାହା ଗତକାଲି ଜଣାପଡ଼ିଛି। ଗତକାଲି ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଏଥିସହ ନବୀନଙ୍କ ନୂଆ ଟିମ୍‌ରେ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଶପଥ ପାଠ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ସିଧା ସଚିବାଳୟ ଯାଇ ଦାୟିତ୍ୱ ଗ୍ରହଣ କରିଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରିବା ଭିଡ଼ ଜମିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଫୁଲମାଳ, ଫୁଲତୋଡ଼ା ଦେଇ ସ୍ୱାଗତ କରିବା ଲାଗି ଦିନ ସାରା ଲମ୍ବା ଲାଇନ ଲାଗିଥିଲା। ସ୍ୱାଗତ ସମ୍ବର୍ଦ୍ଧନା ଭିତରେ ମୁଖ୍ୟମନ୍ତ୍ରୀ ହସ ହସ ଅନ୍ଦାଜରେ ଯାଇ ସଚିବାଳୟର ତୃତୀୟ ମହଲାରେ ନିଜ ଚୌକିରେ ବସିଥିଲେ।

ସେଠାରେ ତାଙ୍କୁ ଅପେକ୍ଷା କରିଥିବା ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଉଠାଇଥିଲେ। ନବୀନ ମଧ୍ୟ ସୌଜନ୍ୟ ରକ୍ଷା କରି ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ନବୀନ ନିଜ ଚୌକିରେ ବସିବା ବେଳେ ଏହାକୁ ଲକି ଚେୟାର ବୋଲି ଅଭିହିତ କରିଥିଲେ। ଜଣେ ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ନବୀନ ସେହି ଗୋଟିଏ ଚୌକିରେ ବସି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos